Breaking News

ରଥ ନିର୍ମାଣ ପାଇଁ ଉତ୍ତର ଘୁମୁସର ବନଖଣ୍ଡରୁ ଗଲା ୨୩ ଖଣ୍ଡ କାଠ, ପୁରୀ ଅଭିମୁଖେ



ଭଂଜନଗର - ଘଣ୍ଟ ଘଣ୍ଟା, ମୃଦଙ୍ଗ ବାଜଣାରେ ଜୟ ଜଗନ୍ନାଥ କହି, ପୁରୀକୁ ପଠାଗଲା ୨୩ଖଣ୍ଡ କାଠ । ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରାସିଙ୍ଗି ବନାଞ୍ଚଳ ଅନ୍ତର୍ଗତ ଘୋଗଡ ଜଙ୍ଗଲରୁ ସଂଗୃହିତ କାଠକୁ ଟ୍ରଲର ସାହାଯ୍ୟରେ ପଠା ଯାଇଛି । ଅପରାହ୍ନରେ ଏନେଇ ଘୋଗଡ ଜଙ୍ଗଲ ନିକଟରେ ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ ବେହେରା ଏବଂ ବନଖଣ୍ଡ ଅଧିକାରୀ ଶ୍ରୀ ମହାନ୍ତି ଆୟୋଜିତ ହୋମ ରେ ସାମିଲ ହୋଇଥିଲେ । ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ପୁରୁଷ ଓ ମହିଳା ଯୋଗ ଦେଇ ପୂଜାର୍ଚ୍ଚନା କରିବା ସହ ନାମ ସଂକୀର୍ତ୍ତନ କରିଥିଲେ । ଏହି ବନଖଣ୍ଡ ପକ୍ଷରୁ ଚତୁର୍ଥ ପାଳିରେ ଚଳିତ ବର୍ଷ ରଥଯାତ୍ରା ପାଇଁ ପ୍ରଥମ ପର୍ଯ୍ୟାୟରେ ୪୦ ଫୁଟ ଲମ୍ବର ୨୧ ଟି ଢଉରା ଏବଂ ୨ ଟି ଅସନ କାଠ ସଂଗୃହ କରାଯାଇଥିଲା । ଯାହାକି ରଥର ଅଖ ନିର୍ମାଣ କରାଯିବ ବୋଲି କୁହାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ବନଖଣ୍ଡର ବାଇବାଲି ଜଙ୍ଗଲରୁ ସଂଗୃହିତ କାଠ ପଠାଯିବ ଏବଂ ସମୁଦାୟ ୯୦ ଖଣ୍ଡ ରଥକାଠ ପଠାଯିବ ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ମହାନ୍ତି କହିଛନ୍ତି । ରଥକାଠ ପଠାଇବା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଏସିଏଫଓ ରଶ୍ମିରଞ୍ଜନ ସ୍ବାଇଁ, ବିବେକ ଦାସଙ୍କ ସମେତ ସମସ୍ତ ବନ କର୍ମଚାରୀ, ସ୍କ୍ୱାର୍ଡ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୬/୫/୨୦୨୫----୮,୪୫ Sakhigopal News,6/5/2025

Blog Archive

Popular Posts