Breaking News

ଗାଁ ସଭାପତିଙ୍କ ପ୍ରଚେଷ୍ଟାରେ ରାସ୍ତାରୁ ବର୍ଷାଜଳ ନିଷ୍କାସିତ

Rainwater is being pumped out of the village at the behest of the village president


ଓଡ଼ଗାଁ:- ଓଡ଼ଗାଁ ବ୍ଳକ୍ ରୋହିବାଙ୍କ ପଞ୍ଚାୟତ ଭଗବତୀପ୍ରସାଦ ଗ୍ରାମ୍ୟ  ପରିଚାଳନା କମିଟିର ସଭାପତି ଜଗନ୍ନାଥ ନାୟକଙ୍କ ପ୍ରଚେଷ୍ଟାରେ ଗାଁ ଦାଣ୍ଡରୁ  ଆବର୍ଜନା ପୂର୍ଣ୍ଣ ବର୍ଷାଜଳ ନିଷ୍କାସିତ ହୋଇପାରିଛି।  ବିଦ୍ୟାଳୟ ,ଅଙ୍ଗନୱାଡି କେନ୍ଦ୍ରକୁ ଯାଉଥିବା ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କୁ ସାମୟିକ ଭାବେ ଆଶ୍ୱସ୍ତି ମିଳିଛି। ଗାଁ କଂକ୍ରିଟ ରାସ୍ତାର ଉଭୟ ପାର୍ଶ୍ୱ ମାଙ୍କଡ଼ା ମୋରମ ପକାଇ ସାହି ବାଲାଏ ଉଚ୍ଚ କରିଦେବାରୁ ସବୁବେଳେ ରାସ୍ତାରେ ପାଣି ଜମି ରହିଲା। ରାସ୍ତା ଖାଲ ଥିବାରୁ ଏକାଧିକ ସ୍ଥାନରେ ୮ ରୁ ୧୦ ଇଞ୍ଚ ପର୍ଯ୍ଯନ୍ତ ପାଣି ଜମା ରହୁଥିବା ବେଳେ ଗୋଶାଳାର ଆବର୍ଜନା ମଇଳା ପାଣି ମିଶି ପୁତ୍ତି ଗନ୍ଧମୟ ପରିବେଶ ସ୍ରୁଷ୍ଟି ହୋଇଥିଲା। ପ୍ରତିଦିନ ଏହି ରାସ୍ତା ଦେଇ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରକୁ ପିଲାମାନେ ପାଠ ପଢ଼ିବାକୁ ଯା'ଆସ କରିଥାନ୍ତି।  ଏ ସମସ୍ଯାର ସମାଧାନ ନିମନ୍ତେ ରାସ୍ତା ଉଚ୍ଚ କରିବା ପାଇଁ ଗ୍ରାମ୍ୟ କମିଟି ତରଫରୁ ଏକାଧିକ ବାର ବ୍ଳକ୍ ପ୍ରଶାସନର ଦ୍ରୁଷ୍ଟି ଆକର୍ଷଣ କରାଯାଇଥିବା ବେଳେ ଆବର୍ଜନା କରୁଥିବା ଗ୍ରାମବାସୀଙ୍କୁ ତାଗିତ କରାଯାଇଥିଲା। ହେଲେ ଆଜି ସକାଳେ କିଛି ଯୁବକଙ୍କ ସହଯୋଗରେ ଗ୍ରାମ୍ୟ କମିଟି ସଭାପତି ଉଦ୍ୟମ କ୍ରମେ ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ । ସ୍ଥାନୀୟ ସରପଞ୍ଚ ମହନ୍ତ ବେହେରା  ଜେସିବି ପଠାଇ ଉଭୟ ପାର୍ଶ୍ୱରେ  ଅସ୍ଥାୟୀ ଡ୍ରେନ୍ ବ୍ୟବସ୍ଥା କରିଥିଲେ। କିନ୍ତୁ ରାସ୍ତାକୁ ଉଚ୍ଚ କରାଯାଇ ଉଭୟ ପାର୍ଶ୍ୱରେ କଂକ୍ରିଟ ଡ୍ରେନ୍ ନିର୍ମାଣ ହେଲେ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ଗ୍ରାମବାସୀଙ୍କ ଠାରୁ ପ୍ରକାଶ। ଓଡ଼ଗାଁରୁ ଦିଲ୍ଲୀପ କୁମାର ବିଶୋଇ ଙ୍କ ରିପୋର୍ଟ,୫/୭/୨୦୨୨--୯,୨୫ Sakhigopal News,5/7/2022

Blog Archive

Popular Posts