Breaking News

ସରକାରୀ ଉନ୍ନୀତ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେଙ୍ଗଳରେ ବନମହୋତ୍ସବ ପାଳିତ

 A forest festival is being held at the Government Advanced High School Rengal
 ଡେଲାଙ୍ଗ---- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ   ରେଙ୍ଗଳ ଗ୍ରାମ ପଞ୍ଚାୟତର ସରକାରୀ ଉନ୍ନୀତ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେଙ୍ଗଳରେ ବନମହୋତ୍ସବ ପାଳିତ ହୋଇଯାଇଛି। ବନମହୋତ୍ସବ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ    ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଡେଲାଙ୍ଗ ମଣ୍ଡଳର ସଭାପତି  ମିଟୁ କିଶୋର ପ୍ରଧାନ ସଭାପତିତ୍ବ କରିଥିଲେ। ମୂଖ୍ୟ ଅତିଥି ଭାବେ ମଣ୍ଡଳ ସହ ଶିକ୍ଷାଧିକାରୀ ଯୁଧିଷ୍ଠିର ପରିଡା ଓ ମୂଖ୍ୟ ବକ୍ତା ଭାବେ ଫରେଷ୍ଟର ପୂର୍ଣ୍ଣ ଚନ୍ଦ୍ର ବେହେରା ଯୋଗଦେଇଥିଲେ। ପ୍ରଧାନ ଶିକ୍ଷକ ମଙ୍ଗୁଳି  ପରିଡ଼ା, ଶିକ୍ଷୟିତ୍ରୀ ମଞୁଲତା ବେହେରା,ସଞ୍ଜୁକ୍ତା ଦାଶ,ସର୍ମିଳା ପ୍ରଧାନ, ବାସନ୍ତୀ ଜାଙ୍କା, ଲକ୍ଷ୍ମୀ ହୋ,ପ୍ରୀୟଙ୍କା ମୁଣ୍ଡା ମାଝୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମନୋରଞ୍ଜନ ମହାରଣା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଧାଡୁବନ୍ଧୁ ଲେଙ୍କା, ଉପସଭାପତି ଲକ୍ଷ୍ମୀପ୍ରିୟା ସୁନ୍ଦରାୟ, ସଭ୍ୟା କନକ ମାଣିଆ ସିଲିପୋ ସାହୁ,ସଭ୍ୟ କାହ୍ନୁଚରଣ ବାରିକ , ଶ୍ରୀନିବାସ ପଟ୍ଟନାୟକ,ସୁକାନ୍ତ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ବକ୍ତାମାନେ ବିଶ୍ଵ ତାପାୟନ ଉପରେ ଆଲୋଚନା କରିବା ସହିତ ଗଛ ଲଗାଇବାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ସର୍ବ ଶେଷର ମଙ୍ଗୁଳି ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।ପରିବେଶ କର୍ମୀ ମିଟୁ କିଶୋର ପ୍ରଧାନ ପାଞ୍ଚଟି ନଡ଼ିଆ ଚାର, ତିନୋଟି ଗୁଆ ଚାରା ଗୋଟିଏ ବଉଳ ଚାରା ଓ ଗୋଟିଏ ପଣସ ଚାରା ଦେଇଥିଲେ। ବନବିଭାଗ ପକ୍ଷରୁ  ମଧ୍ୟ କିଛି ଗଛ ଚାରା ବିଦ୍ୟାଳୟ ପ୍ରାଙ୍ଗଣରେ ରୋପଣ କରାଯାଇଥିଲା।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୭/୨୦୨୨---୯,୨୦ Sakhigopal News,5/7/2022

Blog Archive

Popular Posts