Breaking News

ବରକେରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ୭୩ତମ ବନମହୋତ୍ସବ ପାଳିତ

The 73rd Forest Festival is celebrated on the premises of Barkera Government High Primary School.


ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରା, ପରିସରରେ ୭୩ ତମ ମନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ପ୍ରଦିପ କୁମାର ସେଠୀ ସଭାପତିତ୍ୱ କରିଥିଲେ ।ଅତିଥି ଭାବେ ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭାଶିଷ ବେହେରା, ଶିକ୍ଷକ ମିଟୁ କିଶୋର ପ୍ରଧାନ, ବିରଞ୍ଚିନାରାୟଣ ବରାଳ, ସୁଧୀର କୁମାର ଜେନା, ପୁରୁଷୋତ୍ତମ ନାୟକ, ଶିକ୍ଷୟତ୍ରୀ ମଞ୍ଜୁଲତା ପ୍ରଧାନ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପବିତ୍ର ମୋହନ ପରିଡା, ୱାର୍ଡ ସଭ୍ୟ ଚାପଲିନ ପ୍ରଧାନ, ପୁରାତନ ଛାତ୍ରପ୍ରଭାଶ ପରିଡାଙ୍କ ସହିତ ବିଦ୍ୟାଳୟ ପରିଚାଳନା କମିଟରି ସଭ୍ୟସଭ୍ୟା ମାନେ ଉପସ୍ଥିତ ରହିଥିଲେ । ବିଦ୍ୟାଳୟର ଚାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବନମହୋତ୍ସବ ପାଳନ ସମ୍ପର୍କରେ ଏକ ବକ୍‌ୁତା ପ୍ରତିଯୋଗିତା କରାଯାଇଥିଲା । ବିଦ୍ୟାଳୟର ସପ୍ତମଶ୍ରେଣୀର ଛାତ୍ର ସତ୍ୟବ୍ରତ ପରିଡା ପ୍ରଥମ  ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଦ୍ୱାରା ସମ୍ମାନୀତ ହୋଇଥିଲା । ସଭାରେ ଯୋଗ ଦେଇଥିବା ଅତିଥି ମାନେ ବନମହୋତ୍ସବ ଓ ବୃକ୍ଷ ରୋପଣ ସମ୍ପର୍କରେ ମତ ରଖିଥିଲେ । ଶିକ୍ଷକ ବିରଞ୍ଚିନାରାୟଣ ବରାଳ ଧନ୍ୟବାଦ ଦେଇଥିଲେ  । ପରିବେତ୍ତବିତ୍ତି ତଥା ଶିକ୍ଷକ ମିଟୁ କିଶୋର  ପ୍ରଧାନଙ୍କ ତତ୍ୱବଧାନରେ ବିଦ୍ୟାଳୟ ପରିସରରେ ନଡିଆ, ଗୁଆ, ବଉଳ, ଇତ୍ୟାଦି ଚାରା ରୋପଣ କରାଯାଇଥିଲା । 


ଡେଲାଙ୍ଗରୁ  ଧୀରେନ୍ଦ୍ର ସେନାପତି, ୭/୭/୨୦୨୨----୬,୩୦  

 Sakhigopal News, 7/7/2022

Popular Posts