Breaking News

ସତ୍ୟବାଦୀ ବ୍ଳକରେ ସୌମ୍ୟ 600ରୁ 577 ନମ୍ବର ରଖି ଟପ୍ପର

In the Satyavadi block, Soumya topped the list with a score of 600 to 577.


ସାକ୍ଷୀଗୋପାଳ------ ସତ୍ୟବାଦୀ ବ୍ଳକରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଛାତ୍ର ସୌମ୍ୟ ରଜ୍ଞନ ଦାଶ ଚଳିତ ବର୍ଷ ସର୍ବାଧିକ ନମ୍ବର ରଖି ଟପ୍ପର ହୋଇଛନ୍ତି । ୬ଶହ ମାର୍କରୁ ସେ ବୋର୍ଡ ପରୀକ୍ଷାରେ ୫୭୭ ନମ୍ବର ରଖି ଏହି ସଫଳତା ଲାଭ କରିଛନ୍ତି । ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ୮୬ ଜଣ ଛାତ୍ର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲେ ।ସେମାନଙ୍କ ମଧ୍ୟରୁ ୮୫ ଜଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଜଣେ କେବଳ ପରୀକ୍ଷାରେ ଫେଲ ହୋଇଥିବା ଜଣାପଡିଛି । ଏ ବର୍ଷ ଏ-୧ରେ ୪ ଜଣ, ଏ-୨ରେ ୨୦ ଜଣ, ବି-୧ରେ ୨୪ ଜଣ, ବି-୨ରେ ୨୩ଜଣ , ସି ବିଭାଗରେ ୧୦ ଜଣ, ଡିରେ ୪ ଜଣ ଫାସ କରିଥିବା ସତ୍ୟବାଦୀ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଭବମ ପ୍ରଧାନଙ୍କ ଠାରୁ ସୁଚନା ମିଳିିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୭/୨୦୨୨----୬,୩୦

Sakhigopal News, 7/7/2022

Popular Posts