Breaking News

ଅବକାରୀ ବିଭାଗର ଚଢ଼ାଉ,୩୨୦୦ ଲିଟର ପୋଚ ନଷ୍ଟ

The bomber struck shortly after noon in front of a police station, destroying 3,200 liters of pottery.

କଟକ---  ବାଙ୍କୀରେ ଆକ୍ସନ ମୁଡରେ ଅବକାରୀ ବିଭାଗ ।ବାଙ୍କୀ ଏବଂ ଆଠଗଡ଼ ଅବକାରୀ ବିଭାଗ ମିଳିତ ଭାବରେ ଧେଗୁଆଗଡ ରେ ଚଢାଉ କରିଥିଲେ । ଗତ ସୋମବାର ଦିନ କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ରଜତ କୁମାର ପ୍ରହରାଜଙ୍କ ନିର୍ଦ୍ଦେଶରେ  ବାଙ୍କୀ ଅବକାରୀ ଅଧିକାରୀ ତେଲେଶ୍ବର ଲାକ୍ରାଙ୍କ ନେତୃତ୍ୱରେ ବାଙ୍କୀର ବିଭିନ୍ନ ସ୍ଥାନରେ ବଡ ଧରଣର ଚଢ଼ାଉ କରାଯାଇଛି । ଏହି ଚଢ଼ାଉ ସମୟରେ ବିପୁଳ ପରିମାଣର ଦେଶୀ ମଦ ସହିତ ମଦ ତିଆରି ସାମଗ୍ରୀ ନଷ୍ଟ କରାଯାଇଛି । ବରପୁଟ ପସାଣିଆ ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରାଯାଇ ୩୨୦୦ ଲିଟର ରନ୍ଧା ପୋଚ ଓ ୨୫୦ ଲିଟର ଦେଶୀ ମଦ ଜବତ କରିବା ପରେ ସେଗୁଡିକୁ ସେହିଠାରେ ନଷ୍ଟ କରାଯାଇଛି । ଆଗୁଆ ସୂଚନା ପାଇ ଆସାମୀମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ।
          ଏହି ବିଷୟରେ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ପ୍ରକାଶିତହେଉଥିଲେ ମଧ୍ୟ ଅବକାରୀ ବିଭାଗ ଏହାକୁ ଅଣଦେଖା କରୁଥିଲା । ବର୍ତ୍ତମାନ ଏହି ଅଞ୍ଚଳ ନିଶା ବେପାରୀଙ୍କର ଭୂସ୍ବର୍ଗ ପାଲଟିଛି । ଏହି ଅଞ୍ଚଳ ଅସାମାଜିକ ବ୍ଯକ୍ତିଙ୍କ ଅଭୟାରଣ୍ୟରେ ପରିଣତ ହୋଇଛି । ଏଠାରେ ଜନସାଧାରଣଙ୍କ ଧନ ଜୀବନ ସୁରକ୍ଷିତ ନୁହେଁ । ବହୁ ଯୁବକ ନିଶାଗ୍ରସ୍ତ ହୋଇ ବିଭିନ୍ନ ଅସାମାଜିକ କାର୍ଯ୍ୟ କରିବା ପାଇଁ କୁଣ୍ଠାବୋଧ କରୁନାହାନ୍ତି । ତେଣୁ ଏହି ଅଞ୍ଚଳରେ ବାରମ୍ବାର ଚଢ଼ାଉ ଜାରି ରଖି ସମ୍ପୂର୍ଣ୍ଣ ନିଶା ମୁକ୍ତ ଅଞ୍ଚଳ କରିବା ସହିତ ଏହି କାର୍ଯ୍ୟରେ ଲିପ୍ତ ଥିବା ଆସାମୀ ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବିମାନେ ଦୃଢ ଦାବି କରିଛନ୍ତି । କଟକ ରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ସହ ବାଙ୍କୀ ରୁ ରମେଶ ଚନ୍ଦ୍ର ପଣ୍ଡା ଙ୍କ ରିପୋର୍ଟ,୭/୭/୨୦୨୨----୭,୨୫ Sakhigopal News,7/7/2022

Popular Posts