ବିଦ୍ୟୁତ ଆଘାତରେ ଯୁବକର ମୃତ୍ୟୁ
Young man dies of electric shock
ଭଞ୍ଜନଗର--ଘର ବାରଣ୍ଡାରେ ଲାଗିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକର ମୃତ୍ୟୁ ହୋଇଯାଇଛି । ତାରାସିଂ ଥାନା ଅନ୍ତର୍ଗତ ବାରାକୁଦା ଗାଁ ସୁଦର୍ଶନ ମଲ୍ଲିକ ଙ୍କ ପୁଅ ବୁଲୁ ମଲ୍ଲିକ (୩୧) । ସୂଚନା ପ୍ରକାରେ , ବିଦ୍ୟୁତ ଖୁଣ୍ଟରୁ ନିଜ ଘରକୁ ଆସିଥିବା ବିଦ୍ୟୁତ ତାର ଟି କୈାଣସି ସ୍ଥାନରେ ଛିଣ୍ଡି ଯାଇଥିଲା । କୈ।ଣସି କାରଣରୁ ଉକ୍ତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବୁଲୁ ଗୁରୁତର ହୋଇ ପଡ଼ିଥିଲେ । ଘଟଣା ସ୍ଥଳରୁ ତାଙ୍କୁ ଉଧାର କରି , ନିକଟସ୍ଥ ଗାଲେରୀ ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଗାଲେରୀ ଫାଣ୍ଡି ରେ ଲିଖିତ ଅଭିଯୋଗ ହେବାପରେ , ମୃତ ଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ପଠାଇଛନ୍ତି । ଏ ସଂକ୍ରାନ୍ତରେ ତାରସିଂ ଥାନା କେସନଂ ୯/୨୨ରେ ଅପମୃତ୍ୟୁ ମାମଲା ରୁଜୁ କରି , ଘଟଣାର ତଦନ୍ତ ଚାଲିଥିବା ନେଇ ତାରାସିଂ ଥାନାଧିକାରୀ ପ୍ରଦୀପ୍ତ କୁମାର ଦାସ ଗାଲେରୀ ଫାଣ୍ଡି ଅଧିକାରୀ ଭାଗିରଥି ନାୟକଙ୍କ ଠାରୁ ସୂଚନା ମିଳିଛି ।