ଭଞ୍ଜନଗର ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
The Bhanjanagar Block Level Science Fair is being held.
ଭଞ୍ଜନଗର :-ଭଞ୍ଜନଗର ବ୍ଳକ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ା ଏହି କାର୍ଯ୍ୟକ୍ରମକୁ ବି.ଇ.ଓ ଏସ୍ ଧନଞ୍ଜୟ ଙ୍କ ସମେତ ପ୍ରାକ୍ତନ କେ.ଏସ୍.ୟୁ.ବି କଲେଜ ଅଧ୍ୟକ୍ଷ କୃତିବାସ ବିଶ୍ବାଳ ପ୍ରମୁଖ ଶୁଭ ଉଦଘାଟନ କରିଥିଲେ ା ଏଥିରେ ବ୍ଳକର ସମସ୍ତ ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ 122ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନରେ ସ୍ଥାନ ପାଇଥିଲା । ଗାଇଡ ଟିଚରମାନଙ୍କ ସହ ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରି ବିଜ୍ଞାନ ପ୍ରକଳ୍ପ ଗୁଡିକୁ ପ୍ରଦର୍ଶନ କରାଇଥିଲେ । ବିଚାରକ ରୂପେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ବିଜ୍ଞାନ ଅଧ୍ୟାପକ ଅମିୟ ରଞ୍ଜନ ପଣ୍ଡା, ରଜତ କୁମାର ମିଶ୍ର , ସାବିତ୍ରୀ ମହିଳା ମହାବିଦ୍ୟାଳୟର ବିଜ୍ଞାନ ଅଧ୍ୟାପିକା କେ.ଭବାନୀ ଏବଂ ଅରବିନ୍ଦ ଦାସ ଯୋଗ ଦେଇ ଶ୍ରେଷ୍ଠ ଚାରୋଟି ପ୍ରକଳ୍ପକୁ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ନିମିତ୍ତ ଚୟନ କରିଥିଲେ ା ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀ ନିମିତ୍ତ ବାହାଡା ପଦର ଉଚ୍ଚ ବିଦ୍ୟାଳୟ ର ଛାତ୍ର ଏ. ଶଙ୍କରାଚାର୍ଯ୍ୟ ପାତ୍ର ଙ୍କ ପ୍ରକଳ୍ପ ହେଲଥ ଏଣ୍ଡ କ୍ଳିନନେସ,ସାନକୋଦଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଓମ୍ ପ୍ରଧାନ ଙ୍କ ପ୍ରକଳ୍ପ ସ୍ମାଟ ଇରିଗେସେନ, ଗାଲେରୀ ଉଚ୍ଚ ବିଦ୍ୟାଳୟର ପ୍ରିୟଦର୍ଶିନୀ ପାଣିଗ୍ରାହୀଙ୍କ ପ୍ରକଳ୍ପ ସ୍ମାଟ ଫୋନ କଣ୍ଟ୍ରୋଲଡ ରୋବଟ କାର ଏବଂ କୁଲାଡ ଉଚ୍ଚ ବିଦ୍ୟାଳୟ ର ଶୁଭଶ୍ରୀ ବେହେରାଙ୍କ ପ୍ରକଳ୍ପ ଏଣ୍ଡ ଅଫ ଟ୍ରେନ କୋଲେସନ ଏହି ପ୍ରକଳ୍ପ ଗୁଡିକ ଜିଲ୍ଲା ସ୍ତରରେ ଅଂଶଗ୍ରହଣ କରିବେ । ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପ୍ରାକ୍ତନ କେ.ଏସ୍.ୟୁ.ବି କଲେଜ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ଏବଂ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ଏ.ବି.ଇ.ଓ ସୂର୍ଯ୍ୟ ନାୟକ, ବି.ଆର୍.ସି.ସି ହୃଷିକେଶ ସ୍ବାଇଁ, ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘର ସଭାପତି ଜଗବନ୍ଧୁ ଜେନା, ସମାଜସେବୀ ରାଜ କୁମାର ସାହୁ, ବଡକୋଦଣ୍ଡା ଗ୍ରାମର ଜଣେ ବୟଜେଷ୍ଠ ବ୍ୟକ୍ତି ତଥା ସମାଜସେବୀ ସୁରେନ୍ଦ୍ର ନାଥ ସ୍ବାଇଁ ଙ୍କ ସମେତ ଜବାହାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା । ଏହି ଅବସରରେ ଶିକ୍ଷକତାରୁ ଅବସର ଗ୍ରହଣ କରିଥିବା ଲାଲାସିଂ କାହ୍ନୁ ରାଉତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦ୍ୟୁମ୍ନ ପ୍ରଧାନ, ଦେଓ ଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାସ୍କର ଷଡଙ୍ଗୀ, ଡିହ ପଢାଳ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟାଳୟ ସହାୟକ ଶରତ ଚନ୍ଦ୍ର ବରାଡ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରୁ 2020 ମସିହାରେ ପଦାର୍ଥ ବିଜ୍ଞାନରେ ସର୍ବୋଚ୍ଚ ନମ୍ବର ରଖିଥିବା ପ୍ରଥମ ପାଞ୍ଚ ଜଣଙ୍କ ମଧ୍ୟରେ ସ୍ଥାନିତ ହେଇଥିବା ଜବାହାର ଉଚ୍ଚ ବିଦ୍ୟାଳୟର ପୂର୍ବତନ ଛାତ୍ରୀ ରଶ୍ମିତା ପାଢିଙ୍କୁ ମଧ୍ୟ ଏହି ଅବସରରେ ସ୍ବତନ୍ତ୍ର ରୂପେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଜବାହାର ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ନନ୍ ଟିଚିଙ୍ଗ ଷ୍ଟାଫଙ୍କ ସମେତ ସି.ଆର୍.ସି.ସି ତ୍ରିନାଥ ବେହେରା,ଭଗବାନ ଭୂୟାଁ,ସନ୍ତୋଷ କୁମାର ସାହୁ, ଆଦିକନ୍ଦ ଗୌଡ, ରାଘବ ନାୟକ, ନାରାୟଣ ମହାପାତ୍ର, ମନୋଜ ଗୌଡ, ମନୋଜ ପାଳ, ସୁରେନ୍ଦ୍ର ପ୍ରଧାନ, ଭାସ୍କର ନାୟକ, ବୃନ୍ଦାବନ ସେଠୀ, ସନ୍ତୋଷ ସାହୁ, ସନ୍ତୋଷ ଗୌଡ଼, ସୁନିଲ ପାଣି ଙ୍କ ସମେତ ଶିକ୍ଷକ ଧୃବ ମହାରଣା, ସୁରେନ୍ଦ୍ର ଗୌଡ, ପ୍ରଦୀପ ଶାସମଲ, ଉମାକାନ୍ତ ନାହାକ, ମନ୍ମଥ ବିଷୋୟୀ, ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ପାଣିଗ୍ରାହୀ, ଦିଲୀପ କୁମାର ସ୍ବାଇଁ, କୁମୁଦ ଚନ୍ଦ୍ର ବାଡ଼ତ୍ୟା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବଡକୋଦଣ୍ଡା ସି.ଆର୍.ସି.ସି ମୋହନ ସାହୁ ଧନ୍ୟବାଦ ଦେଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୪/୨୦୨୨---- ୫,୫୦ Sakhigopal News,10/4/2022