ସାମନ୍ତରାୟ ମହାବିଦ୍ୟାଳୟ ରେ ଉତ୍କଳ ଦିବସ ପାଳିତ
Utkal Day is celebrated at Samantaraya College.
ନୟାଗଡ଼--- ଡ଼ଃ. ଆର ସି ସାମନ୍ତରାୟ ମହାବିଦ୍ୟାଳୟ ରେ ଆଜି ପବିତ୍ର ଉତ୍କଳ ଦିବସ ଖୁବ ଧୁମ ଧାମ ରେ ପାଳିତ ହୋଇଯାଇଛି। ଉକ୍ତ ସଭାରେ ପ୍ରଥମେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ "ବନ୍ଦେ ଉତ୍କଳ ଜନନୀ " ଗାନ କରିଥିଲେ। +2 ପ୍ରଥମ ବର୍ଷ ଓ ଦ୍ଵିତୀୟ ବର୍ଷ ର ଛାତ୍ର ଛାତ୍ରୀ ମାନେ ଉତ୍କଳ ଦିବସ ର ପାଳନ ର ମୁଖ୍ୟ ଲକ୍ଷ୍ୟ ଉଦ୍ଧେଶ୍ୟ ସମ୍ପର୍କରେ ଅଭିଭାଷଣ ରଖିଥିଲେ। +3 ବିଜ୍ଞାନ ଛାତ୍ରୀ ସମୀକ୍ଷା ପଟ୍ଟନାୟକ ଉତ୍କଳ ଦିବସ ପାଳନ ର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଅଭିଭାଷଣ ରଖିଥିଲେ। ଉକ୍ତ ସଭାରେ କଲେଜର ଅଧ୍ୟକ୍ଷ ଡ଼ଃ ମଳୟ କୁମାର ପଣ୍ଡା ଏବଂ ମୁଖ୍ୟ ଅତିଥି ଭାବରେ କିଶୋର ପ୍ରସାଦ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଗୀତରାଣୀ ବେହେରା, ସମ୍ମାନୀତ ଅତିଥି ସମିତି ସଭ୍ୟା ରଶ୍ମିତା ବେହେରା, ଯୁବ ସମାଜ ସେବୀ ବିଜୟ କୁମାର ବେହେରା ଓ ମହାବିଦ୍ୟାଳୟ କଲେଜ ର ଜିଓଲୋଜି ବିଭାଗର ମୁଖ୍ୟ ଉମାକାନ୍ତ ବେହେରା, କେମେଷ୍ଟ୍ରି ବିଭାଗର ମୁଖ୍ୟ ସୋମନାଥ ମନ୍ତ୍ରୀ ,ବୈକୁଣ୍ଠ ନାଥ ସାହୁ ପ୍ରମୁଖ ଯୋଗଦେଇ ଥିଲେ।
ଉକ୍ତ ସଭାକୁ ମହାବିଦ୍ୟାଳୟ ର ଓଡ଼ିଆ ବିଭାଗ ର ଜିତେନ ପାଣିଗ୍ରାହୀ ସଂଯୋଜନା କରିଥିଲେ। ଗିରିଶ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଚ୍ଚ କୋଟିର ଭାଷଣ ଦେଇ ଛାତ୍ର ଛାତ୍ରୀ ମାନଙ୍କ ମନ ମନ୍ତ୍ର ମୁଗ୍ଧ ହୋଇଥିଲେ। ଶେଷରେ ମହାବିଦ୍ୟାଳୟ ର ଜି ଓଲୋଜି ବିଭାଗର ମୁଖ୍ୟ ଉମାକାନ୍ତ ବେହେରା ଛାତ୍ର ଛାତ୍ରୀ ମାନଙ୍କୁ ଉତ୍କଳ ଦିବସ ର ପାଳନର ତାପର୍ଯ୍ୟ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରି ଥିଲେ ଓ ଶେଷରେ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ ସଭାରେ hello ପରିବର୍ତ୍ତେ ଜୟ ଜଗନ୍ନାଥ ଓ ମୋବାଇଲରେ ଓଡ଼ିଆ ରେ ଲେଖିବା ପାଇଁ ଓଡ଼ିଆ ର ବ୍ୟବହାର ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଶ୍ରୀ ଗିରିଶ ଚନ୍ଦ୍ର ମିଶ୍ର ଓ ସ୍ବେଛାସେବୀ ବିଜୟ କୁମାର ବେହେରା ଆହ୍ୱାନ କରିଥିଲେ ।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧/୪/୨୦୨୨----୯,୦୫ Sakhigopal News,1/4/2022