Breaking News

ଖାଁ ଖାଁ ଢ଼ିଙ୍କିଆ,ଭୟ ଭିତ ଗ୍ରାମବାସୀ, JSW ପକଳ୍ପ କୁ ମିଳିବକି ସମର୍ଥନ

The JSW project is backed by fearful villagers.
 କୁଜଙ୍ଗ- ଶୁକ୍ରବାର ଜେଏସଡବ୍ଲ୍ୟୁ ପ୍ରକଳ୍ପ କୁ ନେଇ ଢ଼ିଙ୍କିଆ ଗ୍ରାମବାସୀ ଓ ପୋଲିସ ମଧ୍ୟରେ ଘଟିଥିବା ଘଟଣା ପରେ ଏବେ ଜନଶୁନ୍ୟ ହୋଇ ପଡ଼ିଛି ଢ଼ିଙ୍କିଆ ଗ୍ରାମ। ହେଲେ ଗ୍ରାମରେ ପୂର୍ବ ଭାଇଚାରା ଆଣିବା ପାଇଁ , ଢ଼ିଙ୍କିଆ ଗ୍ରାମକୁ ବାହାର ଲୋକ ପ୍ରବେଶକୁ ବିରୋଧ କରିଛନ୍ତି ପଞ୍ଚାୟତ ବାସୀ। ଢ଼ିଙ୍କିଆ କୁ ପ୍ରଫୁଲ୍ଲ ସାମନ୍ତରା ଙ୍କ ନେତୃତ୍ବରେ ଆସିଥିବା ସଂଯୁକ୍ତ କିଶାନ ମୋର୍ଚ୍ଚା ର ଏକ ୯ ଜଣିଆ ଟିମ୍ କୁ ଫେରାଇ ଦେଇଛନ୍ତି ଗ୍ରାମବାସୀ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ଦିର୍ଘ ୨୦୦୫ ମସିହାରୁ ପୋସ୍କୋ କୁ ବିରୋଧ କରୁଥିଲୁ କିନ୍ତୁ ଏବେକାର ଜଳବାୟୁ ଆଉ ଧାନ, ପାନ ଓ ମୀନ ପାଇଁ ଉପଯୋଗୀ ହେଉନାହିଁ। ବହୁ କ୍ଷତି ସହିଲୁଣି , ଯେଉଁଥିପାଇଁ ଆମର ଭବିଷ୍ୟତ ପିଢ଼ି ପାଇଁ ଶିଳ୍ପକୁ ସହଯୋଗ କରିବାକୁ ଚାହୁଁଛୁ। ଗତକାଲି ର ଘଟଣାକୁ ଆମେ ନିନ୍ଦା କୁରୁଛୁ , ଏହା କେବଳ ବାହାର ଲୋକଙ୍କ ଯୋଗୁଁ ଏଭଳି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେଲା। ପୋଲିସ କୁ ଆକ୍ରମଣ କରିବା ଏବଂ ମୁତ୍ର ପକାଇବା ସହିତ ବାହାର ଲୋକଙ୍କ ପ୍ରରୋଚନାରେ ପୋଲିସକୁ ଆକ୍ରମଣ କରିବା ଠିକ୍ ନୁହେଁ। ଏବେ ଗ୍ରାମରେ ସମ୍ପୁର୍ଣ୍ଣ ଶାନ୍ତି ରହିଛି। ଆମେ ଆମ ଗ୍ରାମରେ ଭାଇଚାରା ଫେରାଇବାକୁ ଚେଷ୍ଟା କରୁଛୁ ବୋଲି ଢ଼ିଙ୍କିଆ ପଞ୍ଚାୟତର ଗୋବିନ୍ଦପୁର ଗ୍ରାମବାସୀ ପ୍ରକାଶ କରିଛନ୍ତି।
ଗତକାଲି ପୋଲିସ ଢ଼ିଙ୍କିଆ ଗ୍ରାମରେ ଗ୍ରାମବାସୀଙ୍କ ଦ୍ବାରା ତିଆରି ହୋଇଥିବା ୩ ଟି ଯାକ ବାଉଁଶ ଗେଟ୍ କୁ ଭାଙ୍ଗିବା ସହିତ ଗ୍ରାମରୁ ପ୍ରକଳ୍ପ ବିରୋଧୀ ନେତା ଦେବେନ୍ଦ୍ର ସ୍ବାଇଁ, ନରେନ୍ଦ୍ର ମହାନ୍ତି, ମୁରଲୀ ସାହୁ , ମଙ୍ଗୁଳି କାଣ୍ଡି, ପିଣ୍ଟୁ ସ୍ବାଇଁ ଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି।  ସକାଳୁ ଗ୍ରାମରେ ପୋଲିସ ପଇଁତରା ମାରୁଥିବା ବେଳେ ଗ୍ରାମ ଲୋକ ଶୁନ୍ୟ ହୋଇ ପଡ଼ିଛି। ଏବେବି କିଛି ଲୋକ ନିଖୋଜ ଥିବା ଗ୍ରାମବାସୀ କହିଛନ୍ତିି।   ମାତ୍ର ଗତକାଲି ପୋଲିସ ର ଲାଠିଚାଳନା ଯୋଗୁଁ ଲୋକେ ଭୟରେ ଅନ୍ୟମାନେ ଘରୁ ବାହାରକୁ ବାହାରୁ ନାହାଁନ୍ତି। କେବଳ ବିରୋଧ ନାମରେ ଲୋକମାନଙ୍କୁ ହଇରାଣ କରାଯାଉଛି । ପ୍ରଶାସନ ସହିତ ଆଲୋଚନା କରିବାକୁ ଦିଆଯାଉନାହିଁ, କିଛି ଲୋକ ଆମ ଗ୍ରାମରୁ ବରଜ ଦେଉଛନ୍ତି ଓ କିଛି ଲୋକ ଆଲୋଚନା କରିବାକୁ ଚାହୁଁଛନ୍ତି ବୋଲି ଢ଼ିଙ୍କିଆ ଗ୍ରାମବାସୀ ପ୍ରକାଶ କରିଛନ୍ତି।  ଭାଇଚାରା ସୃଷ୍ଟି କରିବା ପାଇଁ ଆମେ ପ୍ରୟାସ କରୁଛୁ ଆମର ବାହାର ଲୋକଙ୍କ ଆବଶ୍ୟକତା ନାହିଁ ବୋଲି ସେମାନେ ପ୍ରକାଶ କରିଛନ୍ତି। ମାତ୍ର ଏହି ଘଟଣାକୁ ସଂଯୁକ୍ତ କିଶାନ ମୋର୍ଚ୍ଚା ଅଗଣତାନ୍ତ୍ରିକ ବୋଲି ପ୍ରକାଶ କରିଛି। ଜିଲ୍ଲା ପ୍ରଶାସନ ର ଏଭଳି ଦମନ ଲୀଳା କୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଫୁଲ୍ଲ ସାମନ୍ତରା ପ୍ରକାଶ କରିଛନ୍ତି।
କୁଜଙ୍ଗ ରୁ ପ୍ରଳୟ କୁମାର ମହାପାତ୍ର,୧୪/୧/୨୦୨୨---- Sakhigopal News,14/1/2022

Blog Archive

Popular Posts