Breaking News

ସାକ୍ଷୀଗୋପାଳ ଠାକୁରଙ୍କ ପୁଷ୍ପାଭିଷେକ ବେଶ ଅନୁଷ୍ଠିତ

The wreath-laying ceremony of Sakshigopala Thakur was held.


 ସାକ୍ଷୀଗୋପାଳ----- ସାକ୍ଷୀଗୋପାଳ ମନ୍ଦିରରେ ପୁଷ୍ପାଭିଷେକ ବା ରାଜାଭିଷେକ ବେଶ ସୋମବାର ପାରମ୍ପାରିକ ରୀତିରେ ଦ୍ୱୀପହର ଧୂପରେ ଅନୁଷ୍ଠିତ ହୋଇଯାଇଛି । ଠାକୁରଙ୍କୁ ଜଳାଧିବାସ, ସ୍ନାନ, ନୂତନ ବସ୍ତ୍ର ପରିଧାନ କରିବା ପରେ ଗେଣ୍ଡୁ, ହେନା, ଡାଲିଆ , ରଙ୍ଗଣୀ, ଚମ୍ପା ଆଦି ବିଭିନ୍ନ ରଙ୍ଗବେରଙ୍ଗର ଫୁଲରେ ତିଆରି ହୋଇଥିବା ମାଳ, ଟୋପି, ଛତି, ତ୍ରାସ , କାନ କୁଣ୍ଡଳ ଆଦି ଲଗା ଯାଇଥିଲା । ଏହି ଅବସରରେ ଜାତଭୋଗ, ଧୂପ. ଉପଚାର, ଆଳତୀ ଅନ୍ତେ ପବିତ୍ର ପୂର୍ଣ୍ଣମୀ ଅବସରରେ ଠାକୁରଙ୍କୁ ପୁଷ୍ପରେ ସଜାଇ ଦିଆଯାଇଥିଲା । ପରେ ପରେ ସାହାଣମେଳା କରାଯାଇଥିଲା । ବର୍ଷକୁ ଥରେ ଏହି ବେଶ ଦେଖିବା ପାଇଁ ସୁଯୋଗ ମିଳୁଥିବାରୁ ମନ୍ଦିରରେ ଭକ୍ତ ମାନଙ୍କର  ଗହଳି ଲାଗିଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୧/୨୦୨୨---୬,୩୦   

Sakhigopal News, 17/1/2022

Popular Posts