Breaking News

ସତ୍ୟବାଦୀ ବ୍ଳକରେ ପ୍ରଥମ ଦିନରେ 54ଜଣ ପ୍ରାର୍ଥୀପତ୍ର ଦାଖଲ କଲେ

On the first day in the Satyavadi block, 54 candidates filed their nominations

ସାକ୍ଷୀଗୋପାଳ--- ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଠାରୁ ପ୍ରାର୍ଥୀପତ୍ର ପାଇଁ ଫର୍ମ ବିକ୍ରୟ କରାଯିବା ସହ ପ୍ରାର୍ଥୀପତ୍ର ଦାଖଲ ମଧ୍ୟ ଅନୁଷ୍ଠିତ ହେଉଛି । ସତ୍ୟବାଦୀ ବ୍ଳକରେ ପ୍ରଥମ ଦିନରେ ୨୪ ଗୋଟି ଗ୍ରାମ ପଞ୍ଚାୟତରୁ ୧୦ ଜଣ ସରପଞ୍ଚ ଓ ୭ ଜଣ ସମିତିସଭ୍ୟସଭ୍ୟା ଦାଖଲ କରିଥିବା ବେଳେ ୩୭ ଜଣ ୱାର୍ଡ ସଭ୍ୟସଭ୍ୟା ପ୍ରଥମ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିଥବା  ନେଇ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି । ସମିତିସଭ୍ୟ ଭାବେ କାଦୁଆ ଗ୍ରାମ ପଞ୍ଚାୟତରୁ ସୁନିଲ କୁମାର ପଣ୍ଡା ବ୍ଳକ କାର୍ଯ୍ୟାଳୟରେ ନିର୍ବାଚନ ଅଧିକାରି ବିଡିଓ ଶ୍ରୀ ବେହେରାଙ୍କ ପାଖରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ସରପଞ୍ଚ ପ୍ରାର୍ଥୀ ଭାବେ ପେଣ୍ଟପଡା ଗ୍ରାମ ପଞ୍ଚାୟତର ଚିନ୍ମୟ ରାଉତ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୧/୨୦୨୨---୬,୪୫ 

  Sakhigopal News, 17/1/2022

Popular Posts