ଭିଡ଼ିଓ ଭାଇରାଲ କରି ପତ୍ନୀଙ୍କ ଅଭିଯୋଗରେ ସ୍ୱାମୀ ଗିରଫ
ସାକ୍ଷୀଗୋପାଳ ----ପ୍ରକାଶ ଥାଉକି ଶୁକଳ ମାର୍କଣ୍ଡପଡା, ସତ୍ୟବାଦୀ ଥାନା, ପୁରୀର ସିଦ୍ଧାର୍ଥ ସେନାପତି(୩୦) ପିତା-ଧର୍ମେନ୍ଦ୍ର ସେନାପତି ପାଖ ଅଂଚଳର ଜୈନିକ ମହିଳା(୨୪) ଙ୍କୁ ଭଲ ପାଇଥିଲେ । ଗତବର୍ଷ ସ୍ଥାନୀୟ ମନ୍ଦିରରେ ବିବାହ କରି ସାଂସାରିକ ଜୀବନ ଅତିବାହିତ କରୁଥିଲେ । କାଳକ୍ରମେ ସିଦ୍ଧାର୍ଥ ତାଙ୍କର ବାପା, ମାଙ୍କ ପ୍ରରୋଚନାରେ ଜୈନିକ ମହିଳାଙ୍କୁ ତାଙ୍କ ବାପ ଘରୁ ଯୌତୁକ ଆଣିବାକୁ ବାଧ୍ୟ କରିଥିଲେ । ସେମାନଙ୍କର ପ୍ରେମ ବିବାହ ଯୋଗୁ ତାହା ସମ୍ଭବ ହୋଇ ପାରିନଥିଲା । ଯାହାଦ୍ୱାରା ସେମାନେ ଉକ୍ତ ମହିଳାଙ୍କୁ ପାରିବାରିକ ଅତ୍ୟାଚାର ଦେଇଚାଲିଥିଲେ । କିନ୍ତୁ ଜୈନିକ ମହିଳା ନିର୍ଯ୍ୟାତନା ସହିନପାରି ତାଙ୍କ ବାପା ଘରକୁ ପଲାଇ ଆସିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ସିଦ୍ଧାର୍ଥ ସେନାପତି ଅନ୍ତରଙ୍ଗ ମୁହର୍ତ୍ତର ଫଟୋ ଓ ଭିଡ଼ିଓ ମାନ ଫେସବୁକ ମାଧ୍ୟମରେ ଭାଇରାଲl କରିଥିଲେ । ଏହି ସମ୍ବନ୍ଧରେ ସିଦ୍ଧାର୍ଥ ଙ୍କ ପତ୍ନୀ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଆଧାର କରି ସତ୍ୟବାଦୀ ଥାନା କେସନଂ ୨୮୭/୨୫ ଦଫା ୮୫/୨୯୬/୧୧୫-୨/୩୫୧--୨/ ୩---୫/ବିଏନସି ୬୬-ଇ, ୬୭/୬୭ଏ ସହିତ ୪ ଦାଉରି ରେ ଏକ ମାମଲା ରୁଜୁକରଯାଇଛି । ଏହି ମାମଲାକୁ ଗୁରୁତର ସହ ନିଆଯାଇ ଏସପି ପୁରୀ ଙ୍କ ନିର୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଓ ରାଜ୍ୟ ବାହାର ପୋଲିସର ସହଯୋଗ ନେଇ ଆଜି ମୁଦାଲା ସିଦ୍ଧାର୍ଥ ସେନାପତି କୁ ଗିରଫ କରାଯାଇଛି । ତାଙ୍କ ପାଖରୁ ଭାଇରାଲ ରେ ବ୍ୟବହାର ମୋବାଇଲ ଜବତ କରାଯାଇଛି ।ଆଜି ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ବୋଲି ସତ୍ଯବାଦୀ ଥାନା ଅଧିକାରୀ ବିଜୟ କେତନ ବେହେରାଙ୍କ ଠାରୁ ସୁଚନା ମିଳିଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୭/୯/୨୦୨୫---୮,୪୦ Sakhigopal News,16/9/2025