Breaking News

ଆନ୍ତର୍ଜାତୀୟ ସ୍ତରରେ ହାନା ଟାଏକୋଣ୍ଡୋ ଏକାଡେମୀ ର ସୁନାମ ଅର୍ଜନ



 ସାକ୍ଷୀଗୋପାଳ ---ଚଳିତ ମାସ ୧୨ ତାରିଖ ରୁ ୧୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ହାଇଦ୍ରାବାଦ୍ ର ଗୋଛିୱାଲି ନିକଟସ୍ଥ ବାଲ୍ ୟୋଗି ଷ୍ଟାଡିୟମ୍ ରେ ପ୍ରଥମ ଏସିଆନ ଓପନ ଇଣ୍ଟରନ୍ଯାସନାଲ ତାଇକୁଣ୍ଡ ଚମ୍ପିୟାନ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତା ରେ ଭାରତ ସମେତ ବାହାରୁ ୬ଟି ଦେଶ ରୁ ପ୍ରାୟ ଆଠ ଶହ ରୁ ଉର୍ଦ୍ଧ କ୍ରୀଡାବିତ୍ ମାନେ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତା ରେ ଚାରୋଟି ଏଭେଣ୍ଟ ରଖା ଯାଇଥିଲା।ଏହି ଚାରୋଟି ଇଭେଣ୍ଟ ରେ ହାନା ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ୪ ଜଣ ବାଳକ ଓ ଜଣେ ଜଣ ବାଳିକା ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗିତା ରେ ଆରାଧ୍ୟା ସତକ୍ଷୀ ମିଶ୍ର  ସବୁ ଜୁନିଅର ବାଳିକା ଏକାକୀ ପୁମ୍-ସି ବିଭାଗରେ ସ୍ଵର୍ଣ୍ଣ ପଦକ ପାଇଥିଲେ l ସେହିପରି କ୍ୟାଡେଟ ବାଳକ ବିଭାଗ ରେ ଏକାକୀ ପୁମ-ସି ରେ ଆୟୁଷ୍ମାନ ମିଶ୍ର, ପ୍ରାଞ୍ଜଳ ରଥ, ସୁବ୍ରାଂଶୁ ସତ୍ୟପ୍ରଜ୍ଞା ଦାସ  ରେ ମଧ୍ୟ ସ୍ଵର୍ଣ୍ଣ ପଦକ ପାଇଥିଲେ ।  ଆୟୁଷ ଗୌଡୁ ଏକାକୀ ପୁମ - ସି ବିଭାଗ ରେ ରୌପ୍ୟ ପଦକ ହାସଲ କରିଥିଲେ l  ସେହିପରି ତିନି ଜଣିଆ ସମୂହ ପୁମ -ସି  ବିଭାଗ ରେ ଆୟୁଷ୍ମାନ ମିଶ୍ର, ଆୟୁଷ ଗୌଡୁ, ଏବଂ ପ୍ରାଞ୍ଜଳ ରଥ ସ୍ୱର୍ଣ ପଦକ ପାଇଥିଲେ l ସିନିଅର ବାଳକ ବିଭାଗ ରେ ମଧ୍ୟ କୋଚ ଦୀପକ କୁମାର ପ୍ରଧାନ ଏକାକୀ ପୁମ -ସି ବିଭାଗ ରେ ସ୍ଵର୍ଣ  ପୁମ୍-ସେ ରେ  ହାସଲ କରି ଆମ ଜିଲ୍ଲା , ଆମ ରାଜ୍ୟ ତଥା ଆମ ଦେଶ ଦେଶ ପାଇଁ ଏକ ଗୌରବ ଅର୍ଜନ କରିଛନ୍ତି।
ଏହି ସଫଳତା ପଛରେ କ୍ରୀଡାବିତ୍ ମାନଙ୍କର ଅକ୍ଲାନ୍ତ ପରିଶ୍ରମ ଓ ପ୍ରଚେଷ୍ଟା ତଥା ଅଭିଭାବକ ମାନଙ୍କର   ସହଯୋଗ ଓ ଆଶୀର୍ବାଦ ଅଛି ବୋଲି ଏକାଡେମୀ ର ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ଦୀପକ କୁମାର ପ୍ରଧାନ ମତ ବ୍ୟକ୍ତ କରିଥିଲେ। 
ଏବଂ ଭବିଷ୍ୟତରେ  ହାନା ଟାଏକୋଣ୍ଡୋ ଏକାଡେମୀ ର ସମସ୍ତ କ୍ରୀଡାବିତ୍ ମାନେ କିପରି ଆହୁରି ଉଚ୍ଚ ସ୍ତରକୁ ଉତ୍ତୀର୍ଣ୍ଣ ହେବା ସହ ନିଜ ମାଟି ତଥା ନିଜ ଦେଶ ର ସୁନାମ ଅର୍ଜନ କରୁନ୍ତୁ ବୋଲି ଏକାଡେମୀ ର ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ଦୀପକ କୁମାର ପ୍ରଧାନ ପ୍ରୁଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପର୍ଥାନ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୯/୨୦୨୫---୭,୪୫ Sakhigopal News,16/9/2025

Blog Archive

Popular Posts