ଶାନ୍ତି ସ୍ରୋତ ଭବନରେ ସ୍ନେହ ମିଳନ କାର୍ଯ୍ୟକ୍ରମ
ଭଞ୍ଜନଗର ---- ସୁସ୍ଥ ଓ ଶିକ୍ଷିତ ସମାଜ ଗଢ଼ିବା ଆମ ସମସ୍ତଙ୍କର ଦାୟିତ୍ୱ । ଶିକ୍ଷା, ଶିକ୍ଷକ ବିହୀନ ଏ ଜୀବନ ନିରର୍ଥକ। ଏଣୁ ଭାରତୀୟ ସଂସ୍କୃତିରେ ଆବାହମାନ କାଳରୁ ଗୁରୁ ପୂଜନ ପରମ୍ପରା ବଜାୟ ରହିଛି। ଏଇ ପରିପ୍ରେକ୍ଷୀରେ ବ୍ରହ୍ମା କୁମାରୀସ୍ ଭଞ୍ଜନଗର ତରଫରୁ ଶାନ୍ତି ସ୍ରୋତ ଭବନରେ ଏକ ଆଧ୍ୟାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ , କେଏସୟୁବି କଲେଜର ଅଧ୍ୟକ୍ଷ ରାଜେନ୍ଦ୍ର ଦାସ ଓ ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ବାଳ, ରୋଟାରୀ କ୍ଲବ ସଭାପତି ରଞ୍ଜିତ କୁମାର ବାରିକ, ଗୁପ୍ତେଶ୍ୱର ସୁବୁଦ୍ଧି,ଏବିଡିଓ ପୂର୍ଣ୍ଣ ଚନ୍ଦ୍ର ପାଢୀ, ଘୁମୁସର ଗବେଷଣା ପ୍ରତିଷ୍ଠାନ ସଭାପତି ସନ୍ତୋଷ କୁମାର ଆପଟ, ସଂବାଦ ସାହିତ୍ୟ ଘରର ସଂପାଦକ ସନ୍ତୋଷ କୁମାର ଜେନା ମଞ୍ଚସ୍ଥ ଥିଲେ । ବର୍ତ୍ତମାନ ସମାଜରେ ଶିକ୍ଷକଙ୍କ ସ୍ଥିତି ଓ କର୍ତ୍ତବ୍ୟକୁ ଅତିଥି ବୃନ୍ଦ ବକ୍ତବ୍ୟ ରଖିଥିଲେ। କେନ୍ଦ୍ର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ସନ୍ତୋଷିନୀ ଭଉଣୀ ଏକ ନୂତନ ବିଶ୍ବ ନିର୍ମାଣରେ ପରମ ଶିକ୍ଷକ ପରମାତ୍ମାଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ ସଂପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ୨୦୦ରୁ ଉର୍ଦ୍ଧ୍ବ ଆଧ୍ୟାତ୍ମିକ ପ୍ରେମୀ ଭାଇଭଉଣୀ ଉପସ୍ଥିତ ଥିଲେ ଓ ୭୦ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୬/୯/୨୦୨୫---୭,୩୫ Sakhigopal News,16/9/2025