Breaking News

କିନି ସଂସ୍ଥାରେ ପଶି ଭଙ୍ଗାରୁଜା, ଉଭୟ ପକ୍ଷରୁ ଥାନାରେ ମାମଲା , ତଦନ୍ତ ଜାରି

The case is being re-assigned to another judge, and an investigation is under way.
   ଭଞ୍ଜନଗର--- ଭଂଜନଗର କିନି ସଂସ୍ଥାରେ ପଶି ଭଙ୍ଗାରୁଜା କଲେ । ସଂସ୍ଥାର କିଛି ସରଞ୍ଜାମ ନେଇ ପଳାଇଗଲେ । ଖବରପାଇ  ଘଟଣାର ଅନୁଧ୍ୟାନ  କଲା ପୋଲିସ। ଘଟଣାକୁ ନେଇ ଥାନା ରେ ଦୁଇଟି ଏତଲା ଦିଆଗଲା । ଏ ସବୁ ଭିତରେ ଘଟଣା ପ୍ରକୃତ କାରଣ ଖୋଜିବା ଆରମ୍ଭ କରିଛି ପୋଲିସ । ତେବେ ଭଂଜନଗର ରେ ଦିନ ଦ୍ବିପହରରେ ଘଟିଥିବା ଏଭଳି ଘଟଣା କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସଂସ୍ଥାର ଉଦ୍ଦେଶ୍ୟ କୁ ନେଇ  ସଂସ୍ଥା କତୃପକ୍ଷ ନିଜ ମତ ପ୍ରକାଶ କରୁଥିବା ବେଳେ  ଯେଉଁ ମାନେ ପଶି ଭଙ୍ଗାରୁଜା କଲେ , ସେମାନେ ବି ନିଜ ମତ ରଖିଛନ୍ତି । ପ୍ରଶ୍ନ ଉଠୁଛି ଡାଟା ଏଣ୍ଟ୍ରି କାର୍ଯ୍ୟ ଓ ପାରିଶ୍ରମିକ ପାଇବା ଘଟଣାରେ ତାଳମେଳ ଅଭାବ ଯୋଗୁଁ ଏଭଳି ଘଟଣାର ସୂତ୍ରପାତ ହେଲା ବୋଲି କୁହାଯାଉଛି । ତେବେ ଏସବୁ ଭିତରେ , ସଂସ୍ଥା ଓ କାମ କରୁଥିବା ଲୋକଙ୍କ ଭିତରେ ଆଗରୁ କଣ ଚୁକ୍ତି ହୋଇଥିଲା । ଏସଂକ୍ରାନ୍ତରେ ସ୍ଥାନୀୟ ପ୍ରଶାସନ  ପାଖରେ କଣ' ସୂଚନା ରହିଥିଲା , କାହା ପରାମର୍ଶ ରେ ଏଭଳି ସଂସ୍ଥା ଚାଲିଥିଲା । ଏହି ସଂସ୍ଥା ଚାଲିବା ପଛରେ , ସଂସ୍ଥା କତୃପକ୍ଷ ଙ୍କ ବ୍ୟତୀତ ଆଉ କେଉଁ ମାନଙ୍କର ହାତ ରହିଛି । ଏହାସହ , ଟଙ୍କା ପାଇବା ଲୋକେ କିଭଳି ସେମାନଙ୍କ ଟଙ୍କା ଫେରିପାଇବେ , ଏସବୁ କୁ ବିଚାର କରି ପୋଲିସ ଏବେ ତଦନ୍ତ ଜାରି ରଖିଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି । ପୋଲିସ ତଦନ୍ତରେ , ଏବେ  କି ନିର୍ଯ୍ୟାସ ବାହାରୁଛି ତାକୁହିଁ ଏବେ ସମସ୍ତଙ୍କ ନଜର  । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୧/୨୦୨୨----୭,୫୫ Sakhigopal News,17/1/2022

Popular Posts