Breaking News

କାଦୁଆ ସରପଞ୍ଚ ଗାୟତ୍ରୀ ମହାପାତ୍ର ଶଙ୍ଖ ଭବନରେ, କହିଲେ ମୁଁ ବିଜେଡିରେ ଅଛି ଓ ରହିବି

ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ କାଦୁଆ ଗ୍ରାମ ପଞ୍ଚାୟତର ନାଟକ ଶେଷ ହୋଇଛି। ଏପରିକି ସରପଞ୍ଚ ଙ୍କ ନାମରେ ଆସିଥିଲା ଅନାସ୍ଥା ପ୍ରସ୍ତାବ। ଅନାସ୍ଥା ପ୍ରସ୍ତାବ କାଟ ଖାଇଥିଲା । ଆଜି କାଦୁଆ ସରପଞ୍ଚ ଗାୟତ୍ରୀ ମହାପାତ୍ର ଶଙ୍ଖ ଭବନରେ ପହଞ୍ଚିଛନ୍ତି । ସେଠାରେ ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ପୁରୀ ଜିଲ୍ଲାର ବିଜେଡ଼ି ଦଳର ସଭାପତି ଉମାକାନ୍ତ ସାମନ୍ତରାୟ ଙ୍କ ସହିତ ବହୁ ବିଜେଡି ନେତା ଙ୍କ ସହ ଶଙ୍ଖ ଭବନରେ ଗାୟତ୍ରୀ ମହାପାତ୍ର କହିଥିଲେ ମୁଁ ବିଜେଡି ଦଳରେ ରହିଛି। ଏପରିକି ମୋ ପରିବାର ହେଉଛି ବିଜେଡି । ମୋ ପରିବାର ଏବେବି ବିଜେଡି ଦଳରେ ରହିଛି ଏବଂ ଆଗକୁ ମଧ୍ୟ ରହିବି । ମୁଁ ଓ ମୋ ପରିବାର କେବେ ବି ବିଜେଡି ଦଳରେ ରହିଛି ଓ ରହିବୁ । ଏପରିକି ଆମ ନାମରେ କିଛି ମିଥ୍ୟା କଥା ପ୍ରଚାର କରାଯାଇଥିଲା । ସେଥିରେ କୈଣସି ସତ୍ୟାସତ୍ୟ ନାହିଁ। ଏବେ ମୁଁ  ପୂର୍ବତନ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଙ୍କ ସାଙ୍ଗରେ ରହିଛି ବୋଲି କହିଛନ୍ତି । ଯାହାକୁ ନେଇ ଏବେ ସତ୍ୟବାଦୀ ରେ ବେଶ ଆଲୋଚନା ର ବିଷୟ ହୋଇଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୯/୨୦୨୫----୯,୧୦ Sakhigopal News,16/9/2025

Blog Archive

Popular Posts