ହରିରାଜପୁର ପ୍ରିମିୟର କ୍ରିକେଟ୍ ଲିଗ-୨୦୨୧;୫ମ ଦିନରେ ମହାବୀର ‘ାଇଟର୍ସ ଓ ରନିଂରିବେଲ୍ସ ବିଜୟୀ
Harirajpur Premier Cricket League-2021; Mahabir wins' Iters and Running Rebels on 5th.
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ହରିରାଜପୁର ସ୍ଥିତ ସୋମନାଥ ସ୍ପୋର୍ଟିଂ ଗ୍ରାଉଣ୍ଡ ଠାରେ ଚାଲିଥିବା ହରିରାଜପୁର ପ୍ରିମିୟର କ୍ରିକେଟ୍ ଲିଗ୍ (ଏଚ୍ପିସିଏଲ୍) ର ୫ ଦିନରେ ଅନୁଷ୍ଠିତ ମ୍ୟାଚ୍ରେ ମହାବୀର ‘ାଇଟର୍ସ ଓ ରନିଂରିବେଲ୍ସ ଦଳ ବିଜୟୀ ହୋଇଛନ୍ତି । ପ୍ରଥମ ମ୍ୟାଚ୍ରେ ମହାବୀର ‘ାଇଟର ସହିତ ବ୍ଲାକ ଟାଇଗର ମ୍ମରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ଟସ୍ ଜିତି ବ୍ଲାକ ଟାଇଗର ଦଳ ପ୍ରଥମେ ବ୍ୟାଟିଂ କରି ୧୭ ଓଭର ୩ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ ୧୧୪ ରନ କରିଥିଲା । ଜବାବରେ ମହାବୀର ‘ାଇଟର୍ସ ଦଳ ୧୪ଓଭର ୩ଟି ବଲ୍ରେ ୩ ୱିକେଟ୍ ହରାଇ ୧୧୫ରନ୍ ସଂଗ୍ରହ କରି ୭ ଉଇକେଟରେ ମ୍ୟାଚ ଜିତିଥିଲା । ଦ୍ୱିତୀୟ ମ୍ୟାଚ୍ରେ ରନିଂରିବେଲ ସହିତ ବରୁଣେଇ ରୟାଲ୍ସ ମ୍ମରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ରନିଂରିବେଲ ଦଳ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ବିନିମୟରେ ୨୦୯ ରନ୍ ସଂଗ୍ରହ କରିଥିଲେ । ଏହାର ଜବାବରେ ବରୁଣାଇ ରୟାଲ୍ସ ଦଳ ୨୦ ଓଭରରେ ୬ ୱିକେଟ୍ ବିନିମୟରେ ୧୩୦ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ । ଏହି ମ୍ୟାଚକୁ ରନିଂରିବେଲ ଦଳ ୭୯ରନରେ ମ୍ୟାଚ୍ ବିଜୟୀ ହୋଇଥିଲେ । ଏହି ମ୍ୟାଚ୍କୁ ପଙ୍କଜ ଜେନା, ଅଶୋକ କୁମାର ମହାରଣା ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୬/୧୨/୨୦୨୧----୬,୨୦ Sakhigopal News, 16/12/2021