Breaking News

ଫନି ସହାୟତା ରେ ଘୋଟଲା; ସିବିଆଇ ତଦନ୍ତ ଦାବି କଲା ନୀଳାଚଳ କୃଷକ ମହାସଂଘ

 The scam with the help of funnies; The Nilachal Krishak Mahasangh demanded a CBI probe

 ସାକ୍ଷୀଗୋପାଳ---- ଜୱାଦ ରେ କ୍ଷତିଗସ୍ତ ହୋଇଥିବା ଚାଷୀ ପରିବାରଙ୍କୁ ସମସ୍ତ ପ୍ରକାଶ କ୍ଷତି ପୁରଣ ରାଶି ପ୍ରଦାନ କରିବା ପାଇଁ ଦାବୀକୁ ଦୋହରାଇଲା ନୀଳାଚଳ କୃଷକ ମହାସଂଘ । ସେହିପିର ଫନିରେ ସଠିକ କ୍ଷତିଗସ୍ତ ପରିବାର ସହାୟତାରୁ ବଞ୍ଚିତ ହୋଇଛନ୍ତି । ଅନ୍ୟ ପକ୍ଷେ ଏହି ଅର୍ଥ ବଣ୍ଟନରେ ସତ୍ୟବାଦୀରେ ବଡ ଧରଣର ଘୋଟଲା ହୋଇଥିବାରୁ ତୁରନ୍ତ ସିବି ଆଇ ତଦନ୍ତ ଦାବି କରିଛି ନିଳାଚଳ କୃଷକ ମହାସଂଘ ।  ଆସନ୍ତା ୨୨ ତାରିଖରୁ ସତ୍ୟବାଦୀ ତହସିଲଦାରଙ୍କ କାର୍ଯ୍ୟାଳୟ ଆଗରେ ଅହୋରାତ୍ର ଅନଶନ ଓ ଗଣଧାରଣା ଦିଆଯିବ ବୋଲି  ପୁରୀ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି । ଏହାର ନକଲ ମାନ୍ୟବର ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚ୍ଚିବ, ୫ଟି ସଚ୍ଚିବ, ସ୍ୱତନ୍ତ୍ର ରିଲିଫ କମିଶନର, ଜିଲ୍ଲାମୁଖ୍ୟ କୃଷି ଅଧିକାରୀ, ତହସିଲଦାର , ଥାନା ଅଧିକାରୀଙ୍କୁ ଜଣାଇ ଦିଆଯାଇଥିବା ନୀଳାଚଳ କୃଷକ ମହାସଂଘର  ସମ୍ପାଦକ ଉଗ୍ରସେନ ବିଶ୍ୱାଳ ଜଣାଇଛନ୍ତି । 

ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି, ୧୬/୧୨/୨୦୨୧---୯.୩୫ 

 Sakhigopal News, 16/12/2021

Blog Archive

Popular Posts