ଜୱାଦ ବାତ୍ୟାରେ କ୍ଷତିଗସ୍ତ ଅଞ୍ଚଳ ବୁଲିଲେ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟଟିମ
The state team of the BJP Krishak Morcha toured the affected areas.
ସାକ୍ଷୀଗୋପାଳ----- ଜୱାଦ ବାତ୍ୟା ପ୍ରଭାବରେ ପୁରୀ ଜିଲ୍ଲାର ବ୍ୟପାକ ଅଞ୍ଚଳଲଗାଣ ବର୍ଷାରେ କ୍ଷତିଗସ୍ତ ହୋଇଛି ।ଏପରିକି ହଜାର ଜହାର ହେକ୍ଟର ଧାନ ଜମି ଓ ପନିପରିବା ଚାଷ ସମ୍ପୁର୍ଣ୍ଣ ଉଜୁଡି ଯାଇଛି । ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟଟିମରବିଜେପି କୃଷକ ମୋର୍ଚ୍ଚରେ ପୂର୍ବତନ ଉପସଭାପତି କୃଷ୍ଣ ଜଗଦେବ, ରାଜ୍ୟ ସାଧାରଣ ସମ୍ପାଦକ କାମାକ୍ଷା ପ୍ରସାଦ ପ୍ରଧାନଙ୍କ ନେତ୍ୃତ୍ୱରେ ଏକ ଦଶ ଜଣିଆ ପ୍ରତିନିଧି ମଣ୍ଡଳୀ କଣାସ ବ୍ଳକର ବକୁ, ସାହୁପଡା, ଗଡ ବଳଭଦ୍ରପୁର ଓ ଦେଇପୁର ପ୍ରଭୃତି ଗ୍ରାମ ପଞ୍ଚାୟତର କ୍ଷତିଗସ୍ତ ଗହିର ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ଶତାଧିକ ଚାଷୀ ମାନଙ୍କ ସହିତ ଆଲେଚନା କରିବା ସହ ସମବେଦନା ଜଣାଇଥିଲେ । ଅନୁତାପର ବସୟ ଯେ କ୍ଷତିଗସ୍ତ ଅଞ୍ଚଳକୁ ଏ ପର୍ଯ୍ୟନ୍ତ କୌଣସି ସରକାରୀକର୍ମଚାରୀ ବା କୃଷି ବା ଉଦ୍ୟାନ ବିଭାଗରଜଣେ କର୍ମଚାରୀ ଆସି ନାହାନ୍ତି ବୋଲି ଚାଷୀ ମାନେ ଅଭିଯୋଗ ଆଣିଛନ୍ତି । ତୁରନ୍ତ ସଠିକ ଅନୁଧ୍ୟାନ କରି ବିପନ୍ନ ଚାଷୀ ମାନଙ୍କୁ ଆବଶ୍ୟକ କ୍ଷତିପୁରଣ ପ୍ରଦାନ କରିବାକୁ ଦାବି କରିଛନ୍ତି । ଏହା ସହିତ ରବି ଚାଷ ପାଇଁବିନା ସୁଧରେ ଋୁଣ ପ୍ରଦାନ ଓ ଧାନ ମଣ୍ଡିରେ ବିନା ଏଫ, ଏ .କ୍ୟୁ ମାନର ଧାନ କ୍ରୟ କରିବା ପାଇଁ କୃଷକ ମୋର୍ଚ୍ଚା ଦାବି କରିଛି । ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟ ମାନଙ୍କ ମଧ୍ୟରେ ବିଷ୍ଣୁଜୟ ମତ୍ତଗଜସିଂ, ରାଜ୍ୟ ସଂଯୋଜକ ବିଜେପି ଜିଲ୍ଲା ଉପସଭାପତି, ପ୍ରାଚୁର୍ଯ୍ୟ ହୋତା ରାଜ୍ୟ କୃଷକ ମୋର୍ଚ୍ଚା ନାର୍ବାଡର ସଂଯୋଜକ, ଜିଲ୍ଲା ସମ୍ପାଦକ ଭାସ୍କର ମିଶ୍ରଙ୍କ ସହିତ ଲକ୍ଷ୍ମୀଧର ଜଗଦେବ, ଶ୍ରୀନିବାସ ପାତ୍ର, ବିଭୂତି ପାତ୍ର, ପ୍ରଶାନ୍ତ ସାହୁ, ତରୁଣସେନ ସ୍ୱାଇଁ, ନିମାଇ ହରିଚନ୍ଦନ ଓ କିଶୋର ମାର୍ଥା ପ୍ରମୁଖ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୧୨/୨୦୨୧----୯,୧୦
Sakhigopal News, 7/12/2021