ଚାଷୀ ମାନଙ୍କୁ ତୁରନ୍ତ କ୍ଷୟକ୍ଷତି ଦେବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ ଦାବି ପତ୍ର ଦେଲା ନୀଳାଚଳ କୃଷକ ମହାସଂଘ
Nilachal Krishak Mahasangha filed a complaint with the district agriculture officer seeking immediate compensation to the farmers.
ସାକ୍ଷୀଗୋପାଳ-----= ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ ବ୍ଳକର ୨୪ ଗୋଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମ ଗହିରରେ ଜୱାଦ ବାତ୍ୟା ବର୍ଷା ପାଣିରେ ପାଚିଲା ଧାନ ଏବେ ଗଜା ହୋଇଗଲାଣି । ଯାହାକୁ ନେଇ ଚାଷୀ ପରିବାର ମୁଣ୍ଡରେ ହାତ ଦେଇ ବସିଛନ୍ତି । ଧାନ ଖାଲିନୁହେଁ ଆଳୁ, କୋବି, ବାଇଗଣ, କଲାରା, ବିନି , ମୂଳା ଶାଗ ପନିପରିବା ଏବେ ନଷ୍ଟ ହୋଇଯାଇଛି । ନୀଳାଚଳ କୃଷକ ମହାସଂଘର ସଭାପତି ଗୋପିନାଥ ମିଶ୍ରଙ୍କ ସହିତ ଶତାଧିକ କର୍ମକର୍ତ୍ତା ମାନେ ପୁର୍ବ ସତ୍ୟବାଦୀର ବଳପୁର, ସାରଙ୍ଗଯୋଡି, ପରଜାପଡା, ମହୁରା କେତକୀପାଟଣା, ବିଦ୍ୟାଧରପୁର, ରାୟଖଣ୍ଡୀ, ବଳରାମପୁରଗଡ ଗ୍ରାମ ପଞ୍ଚାୟତର ଶହଶହ ହେକ୍ଟର ଧାନ ଜମି ଓ ପନିପରିବା ଚାଷ ଉଜୁଡି ଯାଇଥିବା ପରିଦର୍ଶନ କରିଥିଲେ । ନୀଳାଚଳ କୃଷକ ମହାସଂଘ ପରିଦର୍ଶନ କରିବା ସହ ସତ୍ୟବାଦୀ ବ୍ଳକ ସଭାପତି ଶୁଶାନ୍ତ କୁମାର ଶତପଥିଙ୍କ ସଭାପତିତ୍ୱରେ ମା ପାଳପୋଛି ମନ୍ଦିର ପ୍ରାଙ୍ଗଣରେ ଏକ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ଚାଷୀ ମାନଙ୍କୁ ଅଭିଯୋଗ କ୍ରମେ ତୁରନ୍ତ ଚାଷୀ ମାନଙ୍କୁ ସଠିକ କ୍ଷତି ପୂରଣ ଦେବା ସହ କୃଷି ଋୁଣ ଛାଡ, ବିନାସୁଧରେ କୃଷିଋୁଣ ଯୋଗାଣଈ, ରବି ଚାଷ ପାଇଁ ବିହନ, ସାର , ଔଷଧ ଯୋଗାଣ ଓ ବୀମା କମ୍ପାନୀ ଦ୍ୱାରା ତୁରନ୍ତ କ୍ଷତି ପୁରଣ ଦେବାକୁ ନୀଳାଚଳ କୃଷକ ମହାସଂଘର ସଭାପତି ଗୋପିନାଥ ମିଶ୍ର ଙ୍କ ସହିତ ଏକ ପ୍ରତିନିଧି ଦଳ ଜିଲ୍ଲା କୃଷି ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ପ୍ରତିନିଧି ମଣ୍ଡଳୀରେ ନୀଳାଚଳ କ୍ୟଷକ ମହାସଂଘର ଉପଦେଷ୍ଠା ନିରଞ୍ଜନ ମହାପାତ୍ରଙ୍କ ସହିତ ଫଗୁ ଚରଣ ପରିଡା, ମାଧବ ଚନ୍ଦ୍ର ବରାଳ, ବୁଲା ପରିଡା, ନଗେନ ବରାଳ, ନରେନ୍ଦ୍ର ସ୍ୱାଇଁ, ରାମଚନ୍ଦ୍ର ସ୍ୱାଇଁ, ଶତର ଚନ୍ଦ୍ର ବରାଳ, ବସନ୍ତ କୁମାର ମହାପାତ୍ର, ସର୍ବେଶ୍ୱର ଜେନା, କାତ୍ତିକ ନାୟକଙ୍କ ସହିତ ଶତାଧିକ ଚାଷୀ ମାନେ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୧୨/୨୦୨୧---୯,୧୫
Sakhigopal News, 7/12/2021