ଡେଲାଙ୍ଗ ବ୍ଳକର ଦୁତୀୟ ପର୍ଯ୍ୟାୟରେ ୮ଟି ବିଦ୍ୟାଳୟ ୫ଟି ଯୋଜନାରେ ସାମିଲ ହେଲା
In the second phase of the Delang block, four schools participated in five schemes.
ଡେଲାଙ୍ଗ ----- ଡେଲାଙ୍ଗ ବ୍ଲକରେ ୫ଟି ଯୋଜନାରେ ଦୁତୀୟ ପର୍ଯ୍ୟାୟରେ ୮ଟି ଉଚ୍ଚ ବିଦ୍ୟାଳୟ ସାମିଲ କରାଯାଇଛି । ସେଗୁଡିକ ହେଲା ଶ୍ରୀପୁରୁଷତମପୁର ଉଚ୍ଚ ବିଦ୍ୟାଳୟ, ଅଭୟମୁଖି ରାମଚନ୍ଦ୍ରପୁର ସର୍ବପଲ୍ଲୀ ଉଚ୍ଚ ବିଦ୍ୟାପୀଠ,ଧାନକେରା କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ ,ଗଡମୋଟରୀ ବିଶ୍ୱନାଥ ଦେବ ଉଚ୍ଚ ବିଦ୍ୟାପୀଠ,ଘୋରଡିଆ ଉଚ୍ଚ ବିଦ୍ୟାଳୟ,ଘନିପୁର ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠ,ଡେଲାଙ୍ଗ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଷଡାଙ୍ଗୋଇ ଉଚ୍ଚ ବିଦ୍ୟାଳୟକୁ ଅର୍ନ୍ତଭୁକ୍ତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏହି ଅବସରରେ ବ୍ଲକ ପରିସରରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗିଙ୍କ ତତ୍ୱବଧାନରେ ୮ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ପରିଚାଳନା କମିଟି ସଦସ୍ୟ,ସ୍ଥାନୀୟ ସରପଞ୍ଚ ଓ ୫ଜଣ ଛାତ୍ର ପ୍ରତିନିଧି ଯୋଗ ଦେଇଥିଲେ । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଭିଡିଓ କନଫରେନ୍ସ ମାଧ୍ୟମରେ ୫ଟି ଯୋଜନାରେ ବିଦ୍ୟାଳୟର ଉନ୍ନତୀ କରଣର ଅଭିମୁଖ୍ୟ ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିଲେ । ରାଜ୍ୟ ସରକାର ଏଥି ନିମନ୍ତେ ଗୃହ ଉନ୍ନତୀ କରଣ ନିର୍ମାଣ ପାଇଁ ୩୫ଲକ୍ଷ ପ୍ରଦାନ କରାଯାଉଥିବା ଜଣାପଡିଛି । ବିଦ୍ୟାଳୟ ରୁପାନ୍ତରୀକରଣ ପାଇଁ ୭୦ଲକ୍ଷ ଟଙ୍କା ଆବଶ୍ୟକତା ପଡୁଥିବାରୁ ଅବଶିଷ୍ଟ ଆର୍ଥିକ ସହାୟତା ବ୍ୟବସ୍ଥା ପାଇଁ ଗ୍ରାମ ପଞ୍ଚାୟତ,ପଞ୍ଚାୟତ ସମିତି,ପୁରାତନ ଛାତ୍ର ସଂଘ ଓ ପରିଚାଳନା କମିଟି ର ସହଯୋଗ ର ଆବଶ୍ୟକତା ରହିଥିବା ବିଡିଓ ଦିଲ୍ଲିପ କୁମାର ଷଡଙ୍ଗି ସୁଚନା ଦେଇଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୭/୧୨/୨୦୨୧----୯,୦୦
Sakhigopal News, 7/12/2021