Breaking News

ଆନନ୍ଦ ସଂଗୀତାୟନ ତରଫରୁ ; ସ୍ୱର୍ଗତ ବିପିନ ବିହାରୀ ସାମନ୍ତଙ୍କ ସ୍ମୃତି ଚାରଣ ସଭା

On behalf of Anand Sangeetayan; Remembrance meeting of the late Bipin Bihari Samantha.
ଭଞ୍ଜନଗର - ସ୍ଥାନୀୟ ଡ଼ିଫେନ୍ସକଲୋନୀସ୍ଥିତ ଲାବଣ୍ୟବତୀ କଳାମଣ୍ଡପରେ ଆନନ୍ଦ ସଂଗୀତାୟନ ତରଫରୁ ନାଟ୍ୟ ନିର୍ଦ୍ଦେଶକ ବିପିନ ବିହାରୀ ସାମନ୍ତଙ୍କ ଏକ ସ୍ମୃତିଚାରଣ ସଭା ଆୟୋଜିତ ହୋଇଯାଇଛି । ଆନନ୍ଦ ସଂଗୀତାୟନର ସମ୍ପାଦକ ପ୍ରଥମେ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଉଦ୍‌ଘାଟକ ନାଟ୍ୟ ନିର୍ଦ୍ଦେଶକ ଆଦିକନ୍ଦ ଗୌଡ଼ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଉପସ୍ଥିତ ସମସ୍ତ ଅତିଥି ସ୍ୱର୍ଗତ ସାମନ୍ତଙ୍କ ଉଦ୍ଦେଶ୍ୟରେ ପୁଷ୍ପମାଲ୍ୟ ପ୍ରଦାନ କରି ୧ମି. ନୀରବ ପ୍ରାର୍ଥନା କରିଥିଲେ । ଭଞ୍ଜନଗରର ସହରର ବହୁ ବରିଷ୍ଠ ସାହିତ୍ୟିକ, ନାଟ୍ୟ ନିର୍ଦ୍ଦେଶକ ଯୋଗ ଦେଇ ସ୍ୱର୍ଗତ ସାମନ୍ତଙ୍କୁ ନିଜର ବକ୍ତବ୍ୟରେ ତାଙ୍କରି ଅମର କୃତିର ଆଲୋକପାତ କରିଥିଲେ । ଅନୁଷ୍ଠାନର ସଭାପତି ତଥା କବି ପ୍ରଶାନ୍ତ ମହାନ୍ତି, ନାଟ୍ୟ ନିର୍ଦ୍ଦେଶକ ଆଦିକନ୍ଦ ଗୌଡ଼, ଶିଶିର ଦାସ, ଉପେନ୍ଦ୍ର ଶତପଥୀ, ନାରାୟଣ ମହାରଣା, ପ୍ରବୀଣ ଖାଡ଼ଙ୍ଗା, ଅଶୋକ ଦଳବେହେରା, ଅଶୋକ ସ୍ୱାଇଁ ଉପସ୍ଥିତ ରହି ସ୍ମୃତିକୁ ସାଉଁଟିଥିଲେ । ଜଣେ ନାଟ୍ୟଶିଳ୍ପୀ ଭାବେ ସେ ଅନେକ ନାଟ୍ୟ ନିର୍ଦ୍ଦେଶନା ଦେବା ସହିତ ଓଡ଼ିଆ ସିନେମା ଜଗତରେ ମଧ୍ୟ ନିଜର ଛାପ ଛାଡ଼ି ଯାଇଥିଲେ । ସଫଳ ନାଟ୍ୟ ଅଭିନେତା, ନାଟ୍ୟକାର ଓ ନିର୍ଦ୍ଦେଶକ ଭାବେ ଜୀବନର ଶେଷ ମୁହୂର୍ତ ପର୍ଯ୍ୟନ୍ତ ଅବିରାମ ଗତିରେ ଲେଖି ଚାଲିଥିଲେ । ସେଥିପାଇଁ ଓଡ଼ିଶାର ଏବଂ ଓଡ଼ିଶା ବାହାରେ ବିଭିନ୍ନ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅନୁଷ୍ଠାନର ସମ୍ପାଦକ ଅଶୋକ ମହାପାତ୍ର । ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ସହସମ୍ପାଦକ ଚିନ୍ମୟ କୁମାର ବେବର୍ତା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୬/୧୨/୨୦୨୧ ----୧୦,୨୦ Sakhigopal News,16/12/2021

Blog Archive

Popular Posts