ରାଧାକାନ୍ତ ଦେବଙ୍କ ମନ୍ଦିରରୁ ଚୋରି ; ଡେଲାଙ୍ଗ ଥାନାରେ ଅଭିଯୋଗ
Theft from the temple of Radhakant Dev; Complaint to Delang police station.
ଡେଲାଙ୍ଗ----- ଶ୍ରୀପୁରୁଷୋତ୍ତମପୁର ପଞ୍ଚାୟତ ସେବକସାହୀ ପାଟଣା ଗ୍ରାମସ୍ଥିତ ସର୍ବପୁରାତନ ରାଧାକାନ୍ତ ଦେବଙ୍କ ମନ୍ଦିରରୁ ଚୋରି ହୋଇଥିବା ନେଇ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ଜଣାପଡିଛି । ସୁଚନା ଅନୁସାରେ ବୁଧବାର ବିଳମ୍ବିତ ରାତିରେ କେତେକ ଦୃବୁର୍ତ୍ତ ମନ୍ଦିରର କବାଟ ଭାଙ୍ଗି ଠାକୁରଙ୍କ ୧ଗୋଟି କୀରିଟି,ଖଡୁ୪ଟା,ବଂଶି୨ଟା,ପାଉଜି ୨ଟା,ଢାଳ୨ଟା,ଆଳତୀ ଦାନୀ,ଘଣ୍ଟ,ତ୍ରାସ,ଶଂଖ,ଶଂଖଷ୍ଟାଣ୍ଡ, ଏବଂ ମନ୍ଦିର ରାସନ ସାମଗ୍ରୀ ସହିତ ମନ୍ଦିର ବାହାରେ ଥିବା ଦାନବାକ୍ସ ଭାଙ୍ଗି ଟଙ୍କା ଚୋରି ହୋଇଥିବା ନେଇ ଡେଲାଙ୍ଗ ଥାନାରେ ସାର୍ଥକ କୁମାର ସାହୁ ଲିଖିତ ଅଭିଯୋଗ କରିଛନ୍ତି । ସୁଚନା ଯୋଗ୍ୟ ଯେ ଏହି ମନ୍ଦୀରରୁ ପୁର୍ବରୁ ୨ଥର ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ତେବେ ଅସାମାଜିକ ବ୍ୟକ୍ତି ଧଳାଜହର ସେବନ କରି ନିଶାଶକ୍ତ ଅବସ୍ଥାରେ ବାରମ୍ବାର ଏଭଳି ଚୋରୀ ,ରାହାଜାନୀ ଭଳି କୁର୍କମ କାର୍ଯ୍ୟରେ ଲିପ୍ତ ରହୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।ଏଣୁ ପୁଲିସ ପ୍ରଶାସନ ପକ୍ଷରୁ ବେଆଇନ ନିଶା କାରବାର ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିବା ସହ ରାତ୍ର୍ର ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବାକୁ ବୁଦ୍ଧିଜିବୀ ମାନେ ଦାବୀ କରିଛନ୍ତି । ଅଭିଯୋଗକୁ ଭିତିକରି ମନ୍ଦିର ରୁ ଚୋରି ସମ୍ପର୍କରେ ତଦନ୍ତ ଜାରି ରହିଥିବା ବେଳେ ଖୁବଶିଘ୍ର ଏଥିରେ ସମ୍ପୁକ୍ତଥିବା ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଅନିଲ କୁମାର ମହାନ୍ତି କହିଛନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୬/୧୨/୨୦୨୧----୯,୫୦ Sakhigopal News , 16/12/2021