Breaking News

ଦେଢଶୁର ଙ୍କ ଆକ୍ରମଣ ରେ , ଭାଇ-ବୋହୁ ଗୁରୁତର

In the attack, the brothers and sisters-in-law were seriously injured.
 ଭଞ୍ଜନଗର--- ଦେଢଶୁରଙ୍କ ଧାରୁଆ ଅସ୍ତ୍ର ଆକ୍ରମଣରେ , ଭାଇ-ବେହୁ ଗୁରୁତର। ଏଭଳି ଘଟଣା ଘଟିଛି ତାରସିଂ ଥାନା ଅନ୍ତର୍ଗତ ବନ୍ତା ଗ୍ରାମରେ ଥିବା ନୂଆଁ ସାହିରେ ।ଆହତ ମହିଳା ଜଣକ ହେଲେ ନୟନୀ ଗୈାଡ । ଖବର ନେବାରେ ଜଣାପଡିଛି  ବନ୍ତା ଗ୍ରାମର ଚନ୍ଦ୍ରମଣି ଗୈାଡଙ୍କ ୩ ପୁଅ ।  ବଡ ପୁଅ ସୁବାଷ ଗୈାଡ,ମଝିଆ ପୁଅ କୈଳାସ ଗୈାଡ ଓ ସାନପୁଅ ପ୍ରକାଶ ଗୈାଡ ।ବାପା ଚନ୍ଦ୍ରମଣି ସରକାରଙ୍କ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ଭତ୍ତା ପାଉଥିଲେ । ତେବେ ବର୍ଷେରୁ ଉର୍ଦ୍ଧ୍ବ ସମୟ ହେଲା ଚନ୍ଦ୍ରମଣି ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେବାରୁ  ମଝିଆ ପୁଅ କୈଳାସ ସେହି ଟଙ୍କାକୁ ଉଠାଇ ଆଣି  ବାପାକୁ ନ ଜଣାଇ ଖର୍ଚ୍ଚ କରି ଆସୁଥିଲେ। ଏହି ସମୟରେ ବାପା ଚନ୍ଦ୍ରମଣିର ସେବା  କରିବା ପାଇଁ ୩ ପୁଅଙ୍କ ମଧ୍ୟରେ ଦାୟିତ୍ଵ ବଣ୍ଟନ କରାଗଲା । ଏହି ସମୟରେ ସାନପୁଅ ପ୍ରକାଶଙ୍କ ଦାୟିତ୍ବରେ ବାପାଙ୍କ ସେବା କରିବା ପାଇଁ ପାଳି ପଡିଥିଲା । ବାପା ଚନ୍ଦ୍ରମଣିଙ୍କୁ ସାନ ବେହୁ ନୟନୀ ବାଧ୍ୟକ୍ୟ ଭତ୍ତା ବିଷୟରେ ପଚାରିବାରୁ ସେ କହିଥିଲେ ଯେ ,  ଆଜକୁ ଏକ ବର୍ଷ ହେଲା  ଭତ୍ତା ଟଙ୍କା ମିଳୁନଥିବା ପୁଅ କୈଳାସ କହୁଛି ।   ଏହି ଘଟଣାକୁ ନେଇ ସାନ ବେହୁ ନୟନୀ ବାପା ଚନ୍ଦ୍ରମଣିକୁ ଧରି ପଞ୍ଚାୟତ ସମ୍ପାଦକ ଙ୍କ ନିକଟକୁ ଯାଇଥିଲେ । ସେଠାରେ ପଚାରିବାକୁ ଯିବା ସମୟରେ , ମଝିଆପୁଅ କୈଳାସ ଉତକ୍ଷିପ୍ତ ହେଇ ଭାଇବେହୁ ନୟନୀକୁ ଏକ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ଆକ୍ରମଣ କରିଥିଲା ।    ଫଳରେ ଘଟଣାସ୍ଥଳରେ ଗୁରୁତର ହେଇପଡିଥିଲେ ନୟନୀ । ତାଙ୍କୁ ଗୁରୁତର ଅବସ୍ଥାରେ ଜଗନ୍ନାଥପ୍ରସାଦ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।  ତାରସିଂ ⅔3 ଆହତ ନୟନୀ ଦେଢଶୁର କୈଳାସଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ । ପରେ ନୟନୀର ଅଭିଯୋଗକୁ ଭିତ୍ତି କରି , ତାରସିଂ ଥାନା କେସନଂ ୩୪୦/୨୧ରେ ମାମଲା ରୁଜୁ କରିଥିଲା । ଏବଂ ଦେଢଶୁର କୈଳାସକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ପ୍ରଦିପ୍ତ କୁମାର ଦାଶ କହିଛନ୍ତି। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୧୬/୧୨/୨୦୨୧----  ୧୦,୪୦ Sakhigopal News,16/12/2021

Blog Archive

Popular Posts