Breaking News

ଡେଲାଙ୍ଗରେ ନାବାଳିକା ପୁତ୍ର ସନ୍ତାନ ପ୍ରସବ ଘଟଣାରେ ଯୁବକ ଅଟକ

Young man detained in Delang over childbirth .
ଡେଲାଙ୍ଗ--- ଡେଲାଙ୍ଗରେ ଜଣେ ନାବାଳିକା ପୁତ୍ର ସନ୍ତାନ ଜନ୍ମ ଦେଇଛି । ଏହାକୁ ନେଇ ଡେଲାଙ୍ଗ ରେ ମୁଖ୍ୟ ଆଲୋଚନା ର ବିଷୟ ହୋଇପଡିଛି । ଯାହାକି ରାଜ୍ୟ ସରକାରଙ୍କ ଶିଶୁ ସୁରକ୍ଷା ଆଇନ ଗଲା କୁଆଡେ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ଶିଶୁ ଅଧିକାର ଓ ସୁରକ୍ଷା ପାଇଁ ଭ୍ରାମ୍ୟମାଣ ସଚେତନତା ରଥ ପରିଭ୍ରମଣ କରି ଲୋକଙ୍କୁ ଶିଶୁର ମୌଳିକ ଅଧିକାର,ଶିଶୁ ଶ୍ରମିକ ନିରାକରଣ, ଶିଶୁ ସୁରକ୍ଷା, ଶିଶୁ ଯୌନ ଶୋଷଣ ଓ ବାଲ୍ୟ ବିବାହ ଆଦି ରୋକିବା ସମ୍ପର୍କରେ ପ୍ରଚାର ପ୍ରସାର କରିବା ସହ ସଚେତନତା ସୃଷ୍ଟି ପାଇଁ ପ୍ରୟାସ ଜାରି ରହିଛି।ହେଲେ ବିଡ଼ମ୍ବନା, ଡେଲାଙ୍ଗ ଥାନା ଅଞ୍ଚଳରେ ଜଣେ ନାବାଳିକା  ଏକ ପୁତ୍ର ସନ୍ତାନ ଜନ୍ମ ଦେବା ଭଳି ସ୍ପର୍ଶକାତର ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ସମ୍ପର୍କରେ  ପୀଡିତା ପରିବାର ପକ୍ଷରୁ ଡେଲାଙ୍ଗ ଥାନାରେ ଅଭିଯୋଗକ୍ରମେ ପୁଲିସ ଜନୈକ ଯୁବକକୁ ଥାନାରେ ଅଟକ ରଖି ଘଟଣା ସମ୍ପର୍କରେ ଅଧିକ ଖୋଳତାଡ଼ କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି । 
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୯/୧୨/୨୦୨୧-----୧୨,୩୦    Sakhigopal News,9/12/2021

Blog Archive

Popular Posts