ଭେଡେନ ବ୍ଲକ ପୂର୍ବତନ କଂଗ୍ରେସ ସଭାପତି ଡ଼ୋଲାମଣୀ ମେହେର ଙ୍କ ଦେହାନ୍ତ
Former Congress president Dolamani Meher has died in the Veden block.
ବରଗଡ ଜିଲ୍ଲା ଭେଡେନ ବ୍ଲକ ପୂର୍ବତନ ବ୍ଲକ କଂଗ୍ରେସ କମିଟି ସଭାପତି ଡ଼ୋଲାମଣୀ ମେହେର ଙ୍କ ଦେହାନ୍ତ ହୋଇଯାଇଛି। ସେ ଜଣେ ପରୋପକାରୀ, ସମାଜସେବୀ, ପୁର୍ବତନ ଚିଚିଣ୍ଡା ସରପଞ୍ଚ,ସମ୍ବଲପୁରୀ ବସ୍ତ୍ରାଳୟ ର ଡାଇରେକ୍ଟର, ଚିଚିଣ୍ଡା ଗ୍ରାମ ର ସ୍କୁଲ, କଲେଜ ଆଗ ଧାଡ଼ିର ନେତା ଥିଲେ । ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଭେଡେନ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ପଣ୍ଡାଙ୍କ ଆହ୍ବାନ କ୍ରମେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଭେଡେନ ବ୍ଲକ କଂଗ୍ରେସ କମିଟି ର ବରିଷ୍ଠ ସଦସ୍ୟ ଦଶରଥ ମେହେର ଯୋଗ ଦେଇଥିଲେ। ପ୍ରଥମେ ସ୍ଵର୍ଗତ ମେହେର ଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ଯ ଅର୍ପଣ କରାଯାଇଥିଲା । ସ୍ଵର୍ଗତ ମେହେର ଅମର ଆତ୍ମାର ସଦଗତି କାମନା କରିବା ସହ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଶୋକସଭା ରେ ଦୋଳଗୋବିନ୍ଦ ବେହେରା, ମାଧବ ସାହୁ, ସାହୁ,ଖଇନୁ ବାବୁ, ପୁରନ ମହାକୁର ପ୍ରମୁଖ ଯୋଗ ଦେଇଥିଲେ। ଏହି ସଭାରେ ସ୍ଵର୍ଗତ ମେହେର ଙ୍କ ଜୀବନୀ ଉପରେ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ପଣ୍ଡା ଆଲୋକ ପାତ କରିଥିଲେ। ପରିଶେଷରେ ବିଶ୍ବଜିତ ହେତା ଧନ୍ୟବାଦ ଅର୍ପଣ କରିଥିଲେ।
ଭେଡେନରୁ ଭବାନୀ ଶଙ୍କର ପାଢୀଙ୍କ ରିପୋର୍ଟ , ୭/୧୨/୨୦୨୧----୮,୪୫ Sakhigopal News,7/12/2021