Breaking News

ମେଗା ସ୍ୱାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 Preparations are underway for the mega health camp.

ଓଡ଼ଗାଁ:- ଆସନ୍ତା ୧୨ତାରିଖରେ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ରେ ଅନୁଷ୍ଠିତ ହେବାକୁ ଥିବା ମେଗା ସ୍ୱାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ ଓଡ଼ଗାଁ ବ୍ଳକ ସଭା ଶିବିର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ମେଗା ସ୍ୱାସ୍ଥ୍ୟ ଶିବିର ରେ ଭେଷଜ, ସ୍ତ୍ରୀ, ପ୍ରସୂତି,ଶିଶୁ, ସ୍ନାୟୁ, ଚର୍ମ, ହ୍ରୁଦରୋଗୀ,ମଧୁମେହ, ଅସ୍ଥି ଇତ୍ୟାଦି ରୋଗ ସମସ୍ୟା ର ସମାଧାନ ପାଇଁ ୨୯ ଜଣ ବରିଷ୍ଠ ଡାକ୍ତର ଯୋଗଦେବେ ବୋଲି ଜଣାପଡ଼ିଛି। ରୋଗର ଉପଚାର ପାଇଁ ଡାକ୍ତର ଙ୍କ ଦ୍ବାରା ରୋଗୀର ଚିକିତ୍ସା ସହ ମାଗଣା ଔଷଧ ମଧ୍ଯ ବଣ୍ଟନ କରାଯିବ। ଏଣୁ ଯେ କୌଣସି ରୋଗୀ ମଧ୍ଯ ଉକ୍ତ ସ୍ୱାସ୍ଥ୍ୟ ଶିବିର ରେ ଯୋଗଦେଇ ନିଜ ରୋଗର ସରଳ ଉପଚାର କରିପାରିବେ।କିଛିଦିନ ତଳେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ମଧ୍ଯ ଏହିପରି ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା।
                       ଆଜିର ଏ ପ୍ରସ୍ତୁତି ବୈଠକ ରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ.ଅରୁଣ ସାହୁ ବୈଠକ ର ସଭାପତିତ୍ୱ କରିବା ସହିତ ରୋଗୀଙ୍କୁ ଉକ୍ତ ସ୍ୱାସ୍ଥ୍ୟ ଶିବିର କୁ ଆସିବା କୁ ଅନୁରୋଧ କରିଛନ୍ତି।  ବିଡିଓ ସ୍ୱାତୀଲେଖା ଦାସ, ତହସିଲଦାର ବିଜୟିତା ସାମନ୍ତସିଂହାର,ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାତୀ ମିଶ୍ର, ଓଡ଼ଗାଁ କଲେଜ ଅଧ୍ଯକ୍ଷ ମହମ୍ମଦ ଓମର ମଲ୍ଲିକ, ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟୟତ, ଜିଲ୍ଲା ପରିଷଦ ସଭ୍ଯ ଲୋକନାଥ ସାହୁ, ବିଭୁପ୍ରସାଦ ସାହୁ ଓ ବିଭିନ୍ନ ସାମ୍ବାଦିକ, ବୁଦ୍ଧିଜୀବୀ ମଧ୍ଯ ଉପସ୍ଥିତ ଥିଲେ। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
- ୫/୧୨/୨୧----୯,୫୦   Sakhigopal News,5/12/2021

Blog Archive

Popular Posts