Breaking News

ଖୋର୍ଦ୍ଧାରୋଡ଼ ଶ୍ରମିକ କଂଗ୍ରେସ କାର୍ଯ୍ୟାଳୟରେ ଆମ୍ବେଦକରଙ୍କ ୬୫ତମ ଶ୍ରାଦ୍ଧ ବାର୍ଷିକୀ

Ambedkar's 75th death anniversary at Khordha Road Workers Congress office.
 
ଜଟଣୀ ---- ପୂର୍ବତଟ ରେଳପଥ ଅଧୀନ ଖୋର୍ଦ୍ଧାରୋଡ଼ ମଣ୍ଡଳ ଶ୍ରମିକ କଂଗ୍ରେସ କାର୍ଯ୍ୟାଳୟରେ ବାବା ସାହେବ୍ ଆମ୍ବେଦକରଙ୍କ ୬୫ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି। ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସର ସାଧାରଣ ସଂପାଦକ ଶ୍ରୀ ରମେଶ ଚନ୍ଦ୍ର ସାହୁଙ୍କ ପରାମର୍ଶ କ୍ରମେ ଆଜି ସକାଳେ ଓପନ୍ ଲାଇନ ଶାଖା ପକ୍ଷରୁ ବହୁଆଡମ୍ବରରେ ସମ୍ବିଧାନ ପ୍ରଣୟେତା ଡାକ୍ତର ବାବା ସାହେବ୍ ଆମ୍ବେଦକରଙ୍କ ୬୫ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଥିଲା।  ଆଶୁତୋଷ ବ୍ରହ୍ମାଙ୍କ ସଭାପତିତ୍ବରେ ଏକ ଶ୍ରୁତି ସଭା ଆୟୋଜନ କରାଯାଇଥିଲା। ଶାଖା ସଂପାଦକ ଶ୍ରୀ ଏଲ ଡି ମହାନ୍ତି ବାବା ସାହେବ୍ ଆମ୍ବେଦକରଙ୍କ ସ୍ଵାଧୀନତା ଓ ପରବର୍ତ୍ତୀ ସମୟରେ ତାଙ୍କ ନେତୃତ୍ଵରେ ଗଠିତ ହୋଇଥିବା  ସମ୍ବିଧାନ ପାଇଁ ଆଜି ଆମ ଦେଶର ନାଗରିକ ମାନଙ୍କୁ ମିଳିଥିବା ଅଧିକାର ଉପରେ ଆଲୋକପାତ କରିଥିଲେ। ମଣ୍ଡଳ ସଂଯୋଜକ ଶ୍ରୀ ପ୍ରମୋଦ କୁମାର ସାହାଣୀ, ଏସସି ଏଷ୍ଟି ଆସୋସିଏସନ୍ ର ପୂର୍ବତନ ମଣ୍ଡଳ ସଂପାଦକ ଡି ଜୟ କୁମାର , ସି ଓ ବି ଏମ୍ ଜି କେ ରାଓ, ସୁବ୍ରତ ପଣ୍ଡା ପ୍ରମୁଖ, ପି ରାଜା ରାଓ, କେ ଭି ସୁଧାକର, ଜି ରାମ ମୋହନ ରାଓ, ରସିଦ ବାଶା, ଆୟୁଷ ହର୍ଶ ପ୍ରମୁଖ  ଆମ୍ବେଦକରଙ୍କ ଫୋଟରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ। ସଭାରେ ବହୁସଂଖ୍ୟାରେ ଶ୍ରମିକ କଂଗ୍ରେସ କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇଥିଲେ।
ଜଟଣୀ --ରଙ୍ଗନାଥ ବେହେରା,୬/୧୨/୨୦୨୧  Sakhigopal News, 6/12/2021

Blog Archive

Popular Posts