ସତ୍ୟବାଦୀରେ ମୋ ବଗିଚା ପରିଦର୍ଶନ ଓ ସମନ୍ନୀତ କୃଷି ଶିକ୍ଷା ଶିବିର ଅନୁଷ୍ଠିତ
Satyavadi holds my garden visit and integrated agricultural education camp.
ସାକ୍ଷୀଗୋପାଳ---- ସତ୍ୟବାଦୀରେ ଚାଷୀ ମାନଙ୍କର ଆୟ ଦୁଇ ଗୁଣିତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ବହୁବିଧି ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ସମନ୍ନୀତ ଚାଷର ଆବଶ୍ୟକତାର ରହିଛି ବୋଲି ଯୋଗ ଦେଇଥିବା କୃଷି ବୈଜ୍ଞାନିକ ମାନେ ମତ ପ୍ରକାଶ କରିଛନ୍ତି । ମୋ ବଗିଚା ଅନୁଷ୍ଠାନ ଓ ଭାରତ କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ବାଙ୍ଗାଲୋର ମିଳିତ ଆନୁକୂଲ୍ୟରେ ସତ୍ୟବାଦୀ ବ୍ଳକର ଗୁଆଳିଗୋରଡା ଗ୍ରାମରେ ଥିବା ମୋ ବଗିଚା ପରିସରରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଶବିରରେ ବାଙ୍ଗାଲେରର କେନ୍ଦିୟ ଉଦ୍ୟାନ ସଂସ୍ଥାର ପ୍ରମୁଖ ବୈଜ୍ଞାନିକ ଡ, ବି. ବାଲକ୍ରିଷ୍ଣନ ଓ ଭୁବନେଶ୍ୱର କ୍ଷେତ୍ରିୟ ଗବେଷଣା କେନ୍ଦ୍ର ବୈଜ୍ଞାନିକ ଡ. ପି. ଶ୍ରୀନିବାସ ଯୋଗ ଦେଇଥିଲେ । ଉଭୟ ବୈଜ୍ଞାନିକ ଅଗ୍ରଣୀ ଚାଷୀ ଚନ୍ଦନ କୁମାର ଖୁଣ୍ଟିଆ ଙ୍କ ମୋ ବଗିଚା ବୁଲି ଦେଖିବା ସହ ଖୁସି ବ୍ୟକ୍ତ କରିଥିଲେ । ଏହି ଶିବିରରେ ଚାଷୀ ମାନଙ୍କ ମୌଳିକ ସମସ୍ୟାର ସମାଧାନର ସରଳ ଉପାୟ , ଉନ୍ନତ କିସମର ବିହନ ଚୟନ, ଖତସାର, ପ୍ରୟୋଗ, କୀଟନାଶକ ଆଦି ସମ୍ପର୍କରେ ବୈଜ୍ଞାନିକ ମାନେ ମତ ପ୍ରକାଶ କରିଥିଲେ । ଚାଷୀ ରମେଶ ଚନ୍ଦ୍ର ସ୍ୱାଇଁ ବିହନ, ସାର, ଔଷଧ ଆଦି କିପରି ଚାଷୀ ଠିକ ସମୟରେ ଠିକ ଦରରେ ପାଇ ପାରିବେ ବୈଜ୍ଞାନିକ ମାନଙ୍କୁ ପ୍ରଶ୍ନ ପଚାରିଥିଲେ । ଚାଷୀ ମାନଙ୍କ ଆଗ୍ରହ ଉତ୍ସାହ ଦେଖି ଭୁବନେଶ୍ୱର କ୍ଷେତ୍ରିୟଗବେଷଣା କେନ୍ଦ୍ର ପକ୍ଷରୁ ଚାଷୀ ମାନଙ୍କୁ ଉନ୍ନତ ମାନର ବିହନ ,ଖତ, ଔଷଧ ଓ ଚାରାଯୋଗାଇ ଦିଆଯିବ ବୈଜ୍ଞାନିକ ଡ. ଶ୍ରୀନିବାସ କହିଛନ୍ତି । ସୂର୍ଯ୍ୟାନନ୍ଦ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୨/୧୨/୨୦୨୧---୮,୨୦