Breaking News

ଫନି ସହାୟତା ଦାବିରେ କମ୍ପିଲା ; ଫନି କିୟାନୁଷ୍ଠାନ କମିଟି ଓ ନବନିର୍ମାଣ କୃଷକ ସଂଗଠନର ପ୍ରତିବାଦ ସଭା


 Trembled at the demand for financial assistance; Protest meeting of the Functional Action Committee and the Nabanirman Krishak Sangathan

ସାକ୍ଷୀଗୋପାଳ ----- ସତ୍ୟବାଦୀରେ ଫନି ସହାୟତାରୁ ବଞ୍ଚିତ ଲୋକମାନଙ୍କ ସହିତ  ଫନି କିୟାନୁଷ୍ଠାନ କମିଟି ଓ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସାକ୍ଷୀଗୋପାଳ ମନ୍ଦିର ନିକଟରୁ ଧର୍ମଛଡା ଆଇନ ଅମାନ୍ୟ ଆନ୍ଦୋଳନ କରିଛନ୍ତି ।  ହାତରେ ବାଡି, ଠେଙ୍ଗା, କୁରାଡି, ଦାଆ, ଶାବଳ ହାତରେଧରି ରାଜ୍ୟ ସରକାରଙ୍କ ବିରୁଧରେ ନାରାବାଜି ଦେଇ ସାକ୍ଷୀଗୋପାଳ ବଜାର  ଦେଇ ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ଆଗରେ ଏକ ପ୍ରତିବାଦ ସଭା କରିଥିଲେ ।  ଫନି କିୟାନୁଷ୍ଠାନ କମିଟି ଓ ନବନିର୍ମାଣ କୃଷକ ସଂଗଠନର ଆବାହକ ଗୋବିନ୍ଧ ମହାପାତ୍ରଙ୍କ ଅଧ୍ୟକ୍ଷତା କରିଥିଲେ । ପ୍ରତିବାଦ ସଭା ରେ  ଅତିଥି ଭାବେ  ନବ ନିର୍ମାଣ କୃଷକ ସଂଗଠନର ସଂଯୋଜକ ଶେଷଦେବ ନନ୍ଦ ଓ  ଫନି କିୟାନୁଷ୍ଠାନ କମିଟି ସତ୍ୟବାଦୀ ର  ସଭାପତି ଶରତ ପ୍ରଧାନ, କୃଷକ ସଂଗଠନ ଓ ନାରିକେଳ ଚାଷୀ ସଂଗଠନର ସମ୍ପାଦକ ହୃଷିକେସ ମିଶ୍ର, ସୂର୍ଯ୍ୟ ରଥ, ପିତେଇ ନାୟକ, ରିନା ମଲିକ ଫନି ସହାୟତା ତୁରନ୍ତ ଯୋଗାଇ ଦେବାକୁ ଦାବି କରିବା ସହରାଜ୍ୟ ସରକାରଙ୍କ ବିରୁଧରେ ବିଭିନ୍ନ ନାରାବାଜି ଦେଇଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ଭରତ ସ୍ୱାଇଁ, ଗୋପିନାଥ ରଥ, ବିକ୍ରମ ଜେନା, ଟିକେଇ ପ୍ରଧାନ, ଗଜେନ୍ଦ୍ର ପ୍ରଧାନ, ଗୋପିସାହୁ, ଦିବାକର ବିଶ୍ୱାଳ, ବିଷ୍ଣୁପିୟା ରଥ, ଗିରିଧାରୀ ପ୍ରଧାନ ପ୍ରମୁଖ ଏହି  ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।  ତହସିଲ କାର୍ଯ୍ୟାଳୟ ଠାରେ ଦୁଇ ପ୍ଳାଟୁନ ଫୋର୍ସ ସହିତ ଏସଡିପିଓ ଦେବ ଦତ୍ତ ବରାଳ, ବିଡିଓ କ୍ଷୀରୋଦ କୁମାର ବେହେରା, ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ଶାନ୍ତି ଶୃଙ୍ଖଳା ପାଇଁ  ସେଠାରେ ଉପସ୍ଥିତ ରହିଥିଲେ । ଶେଷରେ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ ପ୍ରତିବାଦ ସଭା ସ୍ଥଳକୁ ଆସି ଆଲେଚନା କରିବା ସହ ଏକ ଦାବିପତ୍ର ଗ୍ରହଣ କରିଥିଲେ । ଏକ କମିଟି ଗଠନ କରାଯାଇ ତହସିଲଦାରଙ୍କ ସହିତ ଫନି ସହାୟତାରୁ ବଞ୍ଚିତ ପରିବାର ମାନଙ୍କର ତାଲିକା ପ୍ରସ୍ତୁତ କରିବା ସହ ଉଚ୍ଚ ନ୍ୟାୟଳୟରେ ବିଚାରଧୀନ ଥିବା ନାମ ଗୁଡିକ ଉପରେ ଆଲେଚନା କରାଯିବା ପାଇଁ ନିସ୍ପତି ଗ୍ରହଣ କରାଯିବା ପରେ ଆନ୍ଦୋଳନ ହଟିଥିଲା । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୧୭/୧୨/୨୦୨୧----୯,୨୦

 Sakhigopal News, 17/12/2021


Blog Archive

Popular Posts