ସତ୍ୟବାଦୀରେ ୮ ଟି ହାଇସ୍କୁଲ ୫ଟିରେ ସାମିଲ ହେଲା; ଛାତ୍ରଛାତ୍ରୀ ଓ ପ୍ରଧାନ ଶିକ୍ଷକ ମାନେ ସତ୍ୟବାଦୀ ସ୍ମାର୍ଟ ହାଇସ୍କୁଲ ପରିଦର୍ଶନ କଲେ =
In Satyavadi, 4 high schools were included in 5; Students and teachers visit Truthful Smart High School.
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ଆଠଟି ହାଇସ୍କୁଲ ଏବେ ୫ଟିରେ ସାମିଲ ହୋଇଛି । ଏହା ଆଗରୁ ସତ୍ୟବାଦୀ ବ୍ଳକର ୬ଗୋଟି ହାଇସ୍କୁଲ ୫ଟିଯୋଜନାରେ ସାମିଲ ହୋଇଥିଲା । ରାଜ୍ୟ ସରକାରଙ୍କ ନିସ୍ପତି କ୍ରମେ ଆଜି ଓଡିଶା ଆଦର୍ଶ ବିଦ୍ୟାଳୟ, ବଳପୁର ହାଇସ୍କୁଲ, କେତକୀପାଟଣା ହାଇସ୍କୁଲ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଦାସବିଦ୍ୟାଧରପୁର ସରକାରୀ ଅପଗ୍ରେଡ ହାଇସ୍କୁଲ,ମଧୁବନ ହାଇସ୍କୁଲ, ବୀରଗୋବିନ୍ଦପୁର ହାଇସ୍କୁଲ ସହିତ ମୂଳଅଳସା ଅପଗ୍ରେଡ ହାଇସ୍କୁଲ ଏବେ ୫ଟି ଯୋଜନାରେ ସାମିଲ ହୋଇଛି । ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ତତ୍ୱବଧାନରେ ସତ୍ୟବାଦୀ ହାଇସ୍କୁଲ ପରିଦର୍ଶନ କରିଥିଲେ । ଏପରିକି ସତ୍ôୟାଦୀ ହାଇସ୍କୁଲର ପାଠଗାର ପରିସରରେ ଏକ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ସତ୍ୟବାଦୀ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଭବମ ପ୍ରଧାନ, ବ୍ଳକର ସହକାରୀ ଯନ୍ତ୍ରୀ ବିଶ୍ୱମୋହନ ପଟ୍ଟନାୟକ, କନିଷ୍ଠ ଯନ୍ତ୍ରୀ ଙ୍କ ସହିତ ବିଦ୍ୟାଳୟର ଶିକ୍ଷକ ବିଜୟ କୁମାର ପରିଡା, ସତ୍ୟବାଦୀ ଦାଶ ପ୍ରମୁଖ ଉପସ୍ଥିତିରେ ଆଲେଚନା କରାଯାଇଥିଲା । ଆଲେଚନାରେ ବିଡିଓ ପିଲାମାନଙ୍କୁ ରାଜ୍ୟ ସରକାରଙ୍କ ୫ଟି ଯୋଜନାବିସୟରେ ସୂତନା ପ୍ରଦାନ କରିବା ସହ ସ୍ମାର୍ଟ କ୍ଳାସରୁମ, ବିଜ୍ଞାନଗାର, କମ୍ପ୍ୟୁଟର ରୁମ, ଖେଳ ପଡିଆ, ଉନ୍ନତ ମାନର ଜିମ କରାଯିବ ବୋଲି ବିଡିଓ ଶ୍ରୀ ବେହେରା କହିଥିଲେ । ଶେଷରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରଶାନ୍ତ କୁମାର ତ୍ରିପାଠୀ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କୁ ବିଜ୍ଞାନଗୃହରେ କିଛି ଦେଖାଇଥିଲେ । ଯାହାକୁ ନେଇ ପିଲାମାନେ ଭାରି ଖୁସି ହୋଇଥିଲେ । =

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୧୨/୨୦୨୧---୯,୧୫
Sakhigopal News, 7/12/2021