Breaking News

ମାଧବୀଚେର ଚୋରାଚାଲାଣ ଘଟଣା .. ଦେଢ଼ମାସ ପରେ , ଅଟୋ ଡ୍ରାଇଭର ଓ ଗାଡି ମାଲିକଙ୍କୁ ଗିରଫ କଲା ବନବିଭାଗ

 Madhaviche smuggling incident .. A month and a half later, the forest department arrested the auto driver and the vehicle owner.
 ଭଞ୍ଜନଗର-- ଗତ ଅକ୍ଟୋବର ୧୯ ତାରିଖ ରେ , ଗାଙ୍ଗପୁରର ଫରେଷ୍ଟ ସେକ୍ସନ ଅନ୍ତର୍ଗତ , ବୁଢାକେନ୍ଦୁ ଜଙ୍ଗଲ ନିକଟରେ ଚଢ଼ାଉ କରି ମାଧବୀ ଚେର ଭର୍ତି ଅଟୋକୁ ଜବତ କରିଥିଲା ବନବିଭାଗ । ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ଡ୍ରାଇଭର ଓ ଜଣେ ସହଯୋଗୀ । ଜବତ ଘଟଣା ର ଦେଢ଼ମାସ ପରେ ସଂପୃକ୍ତ ଡ୍ରାଇଭର ଓ ଅଟୋ ମାଲିକଙ୍କ ଗିରଫ କରିଛି ବନବିଭାଗ । ସେହି ସମୟର ଘଟିଥିବା ସୂଚନା ପ୍ରକାରେ ,  OD-07 H - 2004 ନମ୍ବର ଏକ ଯାତ୍ରୀବାହୀ ଅଟୋ ରେ ମାଧବୀଚେର ଚୋରା ଚାଲାଣ ହେଉଥିବା ଖବର ପାଇ , ଗାଙ୍ଗପୁର ବନବିଭାଗ କର୍ମଚାରୀ ମାନେ ଚଢ଼ାଉ କରିଥିଲେ । ଘଟଣା ସ୍ଥଳରୁ ଅଟୋ ଡ୍ରାଇଭରର ଫେରାର ହୋଇଯାଇଥିଲା । ସଂପୃକ୍ତ ଅଟୋ ସହ ୮୦ କେଜି ମାଧବୀଚେର , ୮ ଟି ଶାବଳ , ୪ ଟି କଟୁରୀ ଓ ୩ ଟି କୋଦାଳ ଜବତ କରିଥିଲା ବନବିଭାଗ । ବୁଢାକେନ୍ଦୁ ଜଙ୍ଗଲର ଦୁମୁଦୁମି ସଂରକ୍ଷିତ ଜଙ୍ଗଲରୁ ଶେରଗଡ଼ ଅଭିମୁଖେ ଚାଲାଣ ହେଉଥିବା ସୂଚନା ପାଇ ଚଢ଼ାଉ କରିଥିଲେ ବନବିଭାଗ ର କର୍ମଚାରୀ । ଏ ସଂକ୍ରାନ୍ତରେ ବନବିଭାଗ ଦ୍ୱାରା ୨୩୬/୨୧ ରେ ମାମଲା ରୁଜୁ କରାଯାଇଥିଲା । ପରବର୍ତ୍ତୀ ସମୟରେ ସଂପୃକ୍ତ ଅଟୋ ମାଲିକ ର ଖବର ପାଇ , ସେମାନଙ୍କୁ ବିଭାଗୀୟ କାର୍ଯ୍ୟାଳୟକୁ ଡାକିବା ସହିତ ,  ଅଟୋ ମାଲିକ ସୋମନାଥ ଦାସ ଓ ଡ଼୍ରାଇଭର ଟୁକୁନା ନାୟକଙ୍କୁ ଗିରଫ କରାଯାଇଥିବା ନେଇ , କେନ୍ଦ୍ରିୟ ବନାଞ୍ଚଳ ଅଧିକାରୀ କୁମର ବେହେରା କହିଛନ୍ତି। 
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,
୭/୧୨/୨୦୨୧----୯,୨୫    
Sakhigopal News,7/12/2021

Blog Archive

Popular Posts