କୃଷକ ଓ କୃଷିର ଉନ୍ନତି ପାଇଁ ଏକାଠି ହେବା ପାଇଁ ସମୟ ଆସିଛି; ଶ୍ରୀ ମିଶ୍ର
It is time for farmers and farmers to come together for betterment; Mr. Mishra
ସାକ୍ଷୀଗୋପାଳ----କୃଷକ ଓ କୃଷିର ଉନ୍ନତି ପାଇଁ ଏକାଠି ହୋଇ ଲଢ଼େଇ କରିବା ସମୟ ଏବେ ଆସିଯାଇଛି । ତମର ହକ ବା ତମ କଥା ଯିଏ ଉଠାଇ ପାରୁଥିବ ସେହିଭଳି ପ୍ରାର୍ଥୀ ପଞ୍ଚାୟତ ନିର୍ବାଚନରେ ଠିଆକର ବା ନିର୍ବାଚିତ କରିବା ପାଇଁ ନୀଳାଚଳ କୃଷକ ମହାସଂଘର ରାଜ୍ୟ ସଭାପତି ଗୋପିନାଥ ମିଶ୍ର ଆହ୍ୱାନ ଦେଇଛନ୍ତି । ଆଳିକିଆ ବାବା କପିଳେଶ୍ୱର ଦେବଙ୍କ ପ୍ରାଙ୍ଗଗଣରେ ଅନୁଷ୍ଠିତ ବୈଠକଅନୁଷ୍ଠିତ ହୋଇଥିଲା । ମହାସଂଘର ପ୍ରଚେଷ୍ଟା ଯୋଗୁ ନୁଆଗାଁ ଡ୍ରେନେଜ ଖନନ ହୋଇଥିବା ସର୍ବେଶ୍ୱର ନାୟକ, ମାଧବଚନ୍ଦ୍ର ବରାଳ ଓ ପରଜାପଡା ସଭାପତି ରାମଚନ୍ଦ୍ର ଚୌଧୁରୀ ସଂଗଠନର ରାଜ୍ୟ ସଭାପତି ଶ୍ରୀ ମିଶ୍ରଙ୍କୁ ଭୁୟସି ପ୍ରଶଂସା କରିଥିଲେ ।ଯାହାକି ଆମର ଏକ ସଫଳତା ବୋଲି ବୈଠକରେ ଆଲେଚନା କରାଯାଇଥିଲା । ଅନ୍ୟ ପକ୍ଷେ ନୁଆଗାଁ ବାମପାଶ୍ୱ ନାଳ, କେନାଲର ପୁର୍ଣ୍ଣାଙ୍ଗ ମରାମତି, ନୁଆଗାଁ ରାଇଟ ଡ୍ରେନ୍ଜ ରେ ଅନ୍ୟାଧୁନିକ ସୁଇଜଗେଟ ନିର୍ମାଣ ଅତ୍ୟନ୍ତ ଜରୁରୀ ବୋଲି ଚାଷୀ ନେତା ଲକ୍ଷ୍ମୀଧର ପାତ୍ର, ରାମଚନ୍ଦ୍ର ସ୍ୱାଇଁ, ନଗେନ ବରାଳ ପ୍ରମୁଖ ପ୍ରସ୍ତାବ ଉଠାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମହାସଂଘର ଉପଦେଷ୍ଠା ମଣ୍ଡଳୀର ଅଧ୍ୟକ୍ଷ ନିରଞ୍ଜନ ମହାପାତ୍ର, ସତ୍ôୟାଦୀ ବ୍ଳକ ସଭାପତି ଶୁଶାନ୍ତ କୁମାର ଶତପଥି, ସମନ୍ନୟ କିମଟିର ଅଧ୍ୟକ୍ଷ ଗୁଣନିଧି ପାତ୍ର. ନରେନ୍ଦ୍ର ସ୍ୱାଇଁ, ପ୍ରମୁଖ ଯୋଗ ଦେଇ ଆଲେଚନାରେ ଅଂଶଗ୍ରହଣ କରିଥିଲେ । ସବେଶ୍ୱର ନାୟକ ଉକ୍ତ ବୈଠକରେ ସଭାପତିତ୍ୱ କରିଥିଲେ ।ରାଜ କିଶୋର ସାହୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି, ୧/୧୧/୨୦୨୧ , ୭,୨୫
Sakhigopal News, 1/11/2021