Breaking News

ବ୍ଳକ କାର୍ଯ୍ୟାଳୟ ଆଗରେ ସତ୍ୟବାଦୀ ବିଜୁ ମହିଳା ଜନତା ଦଳ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା


Demonstrations and demonstrations by the Satyavadi Biju Mahila Janata Dal in front of the block office

 ସାକ୍ଷୀଗେ।।ପଳ------= ସତ୍ୟବାଦୀ ବ୍ଳକ କାର୍ଯ୍ୟାଳୟ ଆଗରେ  ସତ୍ୟବାଦୀ ବିଜୁ ମହିଳା ଜନତା ଦଳର ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଳକ ବିଜେଡି ସଭାନେତ୍ରୀ ହରପିୟା ( ଯମୁନା) ବେହେରା  ସଭାପତିତ୍ୱ କରିଥିଲେ । ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତର ଶତାଧିକ ମହିଳା  ମାନେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିରୁଧରେ ନାରାବାଜି ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏପରିକି ଗ୍ୟାସ ଟାଙ୍କି ବ୍ଳକ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଗଡେଇ ଦେଇ ଚୁଲିରେ ରୋଷୋଇ କରିଥିଲେ ମହିଳା ମାନେ । ଜିଲ୍ଲା ମହିଳା ଉପସଭାନେତ୍ରୀ କନକଲତା ପଣ୍ଡା ଯୋଗ ଦେଇ କେନ୍ଦ୍ରରେ ମୋଦି  ସରକାର କିପରି ଜନସାଧାରଣଙ୍କୁ ଠକୁଛି ତାହା କହିଥିଲେ । ଆଛାଦିନ କେବେ ଆସିବ ନା ଏହା ହେଉଛି କେନ୍ଦ୍ର ବିଜେପି ସରକାରଙ୍କ ଆଛାଦିନ ବୋଲି କହିଥିଲେ ।  ଗ୍ୟାସ ଯୋଗୁ ମହିଳା ମାନଙ୍କ ଆଖିରୁ ଲୁହ ବୋହୁଥିବା ବେଳେ ପ୍ରେଟୋଲ  ଓ ଡିଜେଲ ଦର ବୃଦ୍ଧି ଯୋଗୁ ପୁରୁଷଙ୍କ ଆଖରୁ ଲୁହ ବୋହୁଛି ଏହି ଲୁହରେ ବିଜେପି ସରକାର ଦ୍ୱସଂ ହୋଇଯିବ ବୋଲି କହିଥିଲେ । ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଯୋଗଦେଇ କେନ୍ଦ୍ର ସରକାରଙ୍କ ଉଜ୍ୱଳଯୋଜନା ନୁହେଁ ଏହା ହେଉଛି ଜ୍ୱଳନ୍ତା ଯୋଜନା ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଲକ୍ଷ୍ମିପିୟା ଦାଶ ପ୍ରମୁଖ କେନ୍ଦ୍ର ସରକାରଙ୍କ ବିରୁଧରେ ନାରାବଜି ଦେଇଥିଲେ । ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଳାଦ ଘଟୁଆରୀ, ଧୃବ ଚରଣ ଦାଶ, ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା, ବ୍ଳକ ବିଜେଡି ଯୁବ ସଭାପତି ଶରତ ରାଉତ୍ରାୟ,ନରେନ୍ଦ୍ରପୁର ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ର  ଆତ୍ମାର ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି, ଶଙ୍କର ପ୍ରଧାନ ଓ ସୁରେଶ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୧୧/୨୦୨୧---୭,୧୦ 

 Sakhigopal News, 1/11/2021

Blog Archive

Popular Posts