ଦରବୃଦ୍ଧିର ପ୍ରତିବାଦରେ ଭଂଜନଗର ମହିଳା ବିଜେଡି ର ପ୍ରତିବାଦ
Bhanjanagar Women's BJP protests against inflation
ଭଞ୍ଜନଗର-.ପେଟ୍ରୋଲ. ଡିଜେଲ. ରନ୍ଧନ ଗ୍ୟାସ , ଖାଇବା ତେଲ, ଡାଲି ,ସମେତ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଭଂଜନଗର ଠାରେ ମହିଳା ବିଜେଡି ର ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ , ତଥା ଜଙ୍ଗଲ ପରିବେଶ ଏବଂ ସଂସଦୀୟ ବ୍ୟପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସହଯୋଗରେ ଭଞ୍ଜନଗର,ଜଗନ୍ନାଥପ୍ରସାଦ ବ୍ଲକ ଓ ଭଞ୍ଜନଗର ପୈରପରିଷଦ ୧୫ଟି ଓ୍ବାର୍ଡର ମହିଳା ବିଜେଡି ର ଶତାଧିକ ମହିଳା ପ୍ରତିବାଦ ରାଲିରେ ଯୋଗ ଦେଇଥିଲେ । ଦଳ ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମୁଖରେ ଏକ ବିରାଟ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା । ଭଞ୍ଜନଗର ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରାରେ ସାହସ୍ରାଧିକ ମହିଳା କର୍ମୀ , କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ମୁଖ୍ୟରାସ୍ତା ଦେଇ ରୋଡକ୍ରସ ରୋଡ,ଷ୍ଟେଟବ୍ୟାଙ୍କ ଛକ ଓ ଶେଷରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ପହଞ୍ଚିଥିଲେ। କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ପ୍ରତିବାଦ ସଭାରେ ମହିଳା ବି ଜେ ଡି ବ୍ଳକ ସଭାନେତ୍ରୀ ଶୈଳବାଳା ବିଷୋୟୀ , ନଗର ବିଜେଡି ମହିଳା ସଭାନେତ୍ରୀ ସୁଜ୍ଞାନୀ କୁମାରୀ ଗୈାଡ , ତାରସିଂ ସରପଞ୍ଚ ଲିପିକା ସ୍ବାଇଁ ସମେତ ଦଳୀୟ ନେତୃବୃନ୍ଦ ନିଜ ଭାଷଣରେ କେନ୍ଦ୍ର ସରକାରଙ୍କ , ଜନମାରଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ଏକ ପ୍ରତିନିଧି ଦଳ ତିନି ଦଫା ସମ୍ବଳିତ ଦାବି ପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ , ଭଂଜନଗର ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଥିଲେ ।
ଏହି ବିକ୍ଷୋଭରେ ସଂଗଠକ ତଥା କନ୍ଧମାଳ ସାଂସଦଙ୍କ ଜଗନ୍ନାଥପ୍ରସାଦ ବ୍ଳକ ପ୍ରତିନିଧି ବିପ୍ରଚରଣ ବାରିକ, କନ୍ଧମାଳ ସାଂସଦ ଭଞ୍ଜନଗର ବ୍ଲକ ପ୍ରତିନିଧି ଦିବାକର ନାୟକ, ଭଞ୍ଜନଗର ବ୍ଳକ ବିଜେଡି ସଭାପତି ରାଜେନ୍ଦ୍ର ପ୍ରଧାନ, ନଗର ସଭାପତି ରାଜେନ୍ଦ୍ର ବିଷୋୟୀ, ଭଞ୍ଜନଗର ଯୁବ ସଂଗଠକ ସୁଧୀର ରଞ୍ଜନ ବେହେରା ,ଜଗନ୍ନାଥପ୍ରସାଦ ବ୍ଲକ ଉପାଧ୍ୟକ୍ଷ ହିମାଂଶୁ ବାରିକ ଅଧ୍ୟକ୍ଷା ଗୀତାଞ୍ଜଳି ବେହେରା ଙ୍କ ସମେତ ସମସ୍ତ ବିଜେଡି କର୍ମୀ , ସମର୍ଥକ ଉପସ୍ଥିତ ଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ବେହେରାଙ୍କ ରିପୋର୍ଟ,୧/୧୧/୨୦୨୧----୮,୫୪
Sakhigopal News,1/11/2021