ଦୁଇ ବର୍ଷ ହେଲା ଷ୍ଟିଟ ଲାଇଟି ଅଚଳ; ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି
ସାକ୍ଷୀଗୋପାଳ -----ସତ୍ୟବାଦୀ ବ୍ଳକର ନୂଆସମେଶ୍ୱରପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ଛକ ମାନଙ୍କରେ ଲାଗିଥିବା ଷ୍ଟିଟଲାଇଟି ଗୁଡିକ ଦୁଇ ବର୍ଷରୁ ଅଧିକ ଦିନ ହେବ ଅଚଳ ହୋଇ ପଡଛିି । ଅଭିଯୋଗ କଲେ ମଧ୍ୟ କେହି ଶୁଣିବାକୁ ରାଜି ନାହାନ୍ତି । ଦୁଇ ବର୍ଷରୁ ଅଧିକ ଦିନ ହେବ ବନପୁର ଛକ, ଦାସ ସାହି ଛକ ଓ ପହଣ୍ଡା ସାହି ଛକ ମାନଙ୍କରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ଲାଇଟି ଗୁଡିକ ଲାଗିଥିଲା । ଫନି ରେ ବିଦ୍ୟୁତ କାଟ ହେବା ପରେ ସେହି ଦିନଠାରୁ ଅଚଳ ହୋଇ ଏବେ ପର୍ଯ୍ୟନ୍ତ ମଧ୍ୟ ସେହିପରି ପଡି ରହିଛି । ଏ ସମ୍ପର୍କରେ ପଞ୍ଚାୟତ ଓ ବ୍ଳକ ପ୍ରଶାସନଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲା ମାତ୍ର କାହା ସ୍ୱାର୍ଥ ଯୋଗୁ ସେ ଗୁଡିକ ମରା୍ମତି କରାଯାଉନାହିଁ ବୋଲି ସ୍ଥାନୀୟ ଲୋକମାନେ ପ୍ରଶ୍ନ ଉଠାଇଛନ୍ତି । ପୁରୀଜିଲ୍ଲାପାଳ ତୁରନ୍ତ ଅଚଳ ହୋଇପଡିଥିବା ଷ୍ଟିଟଲାଇଟଗୁଡିକ ସଚଳ କରିବା ପାଇଁ ଦୃଷ୍ଟି ଦେବାକୁ ସ୍ଥାନୀୟ ବ୍ୟବସାୟୀ ସୂର୍ଯ୍ୟକାନ୍ତ ମହାନ୍ତି ଓି ଜନସାଧାରଣ ଦାବି କରିଛନ୍ତି ।
For two years, street lights have been out of order; The district attorney's office said in a statement
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୧୧/୨୦୨୧---୯,୨୫
Sakhigopal News, 2/11/2021