ବେଆଇନ ଖଣି ମାଫିଆଙ୍କ ବିରୁଧରେ କାର୍ଯ୍ୟନୁଷ୍ଠାନ ପାଇଁ ତହସିଲ ଦାରଙ୍କୁ ଦାବିପତ୍ର
ଡେଲାଙ୍ଗ----- ପୁରୀ ଜିଲ୍ଲା ଡେଲାଙ୍ଗ ତହସିଲ ଅର୍ନ୍ତଗତ ରେଙ୍ଗଳ ପଞ୍ଚ।।ୟତର ଯମୁନା ଝାରପଡା ମୈାଜାରୁ ଏକର ଏକର ଗୋଚର ଅନାବାଦି ଜଙ୍ଗଲ ଜମି ରୁ ବେଆଇନ ଭାବେ ମାଙ୍କଡା ପଥର ଓ ମୋରମ ଚୋରା ଚାଳଣ କରାଯାଉଛି ।ଏହାକୁ ନେଇ ଅନେକ ସମୟରେ ଗଣ୍ଡଗୋଳ ଘଟିଥିବାର ନଜର ରହିଛି । ଏ ସମ୍ପର୍କରେ ସାମାଜିକ କର୍ମି ନିରୁପମା ପାତ୍ର ଆଜି ବ୍ଲକ ପ୍ରଶାସନ ତହସିଲଦାର ଓ ଥାନା ଅଧିକାରୀଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି । ଅଭିଯୋଗରେ ଦର୍ଶାଇଛନ୍ତି ଯେ ମାଫିଆଙ୍କ କବଜାରେ ଜଙ୍ଗଲ ଜମି ରହିଥିବା ବେଳେ ସେମାନେ ଦିନ ରାତି ଖୁଲମଖୁଲା ବେଆଇନ ଭାବେ ମୋରମ ଓ ପଥର ଚୋରା ଚାଲାଣ କରୁଛନ୍ତି । ସରକାରଙ୍କକ ରାଜସ୍ୱ ହାନି ହେବା ସହ ମାଫିଆ ମାନେ ପ୍ରଶାସନକୁ ହାତ ବାରିସି କରି ପ୍ରତିଦିିନ ୧୦୦ରୁ ଅଧିକ ପଥର କଟା ମେସିନ ଲଗାଇ ଜଙ୍ଗଲ ଜମି ଧ୍ୱସଂ କରି ଚାଲିଛନ୍ତି । ପ୍ରତ୍ୟକ ଦିନ ଶହ ଶହ ଟ୍ରକ ଓ ଟ୍ରାକ୍ଟରରେ ପଥର ଓ ମୋରମ ଚାଲାଣ କରାଯାଉଛି । ଯାହା ଫଳରେକି ଗ୍ରାମ୍ୟ ରାସ୍ତା ,ନଦୀ ବନ୍ଧ ଓ ପ୍ରଧାନମନ୍ତ୍ରୀ ସଡକ ରାସ୍ତା ଗୁଡିକ ନଷ୍ଟ ହେଉଛି । ପଥର କଟା ଚୋରା ଚାଳଣରେ ବ୍ୟବହୃତ ମେସିନର ପ୍ରଚଣ୍ଡ ଶଦ୍ଦରେ ଛାତ୍ରଛାତ୍ରୀ ମାନଙ୍କ ପାଠପଢା ଉପରେ ବେଶ କୁପ୍ରଭାବ ପକାଉଛି । ଗ୍ରାମ ଗୁଡିକ ଧୁଳିରେ ପରିପୁର୍ଣ୍ଣ ହୋଇ ବାୟୁ ମଣ୍ଡଳ ଦୁଷିତ ହୋଇ ଅସୁସ୍ଥ ପରିବେଶ ସୃଷ୍ଟି କରୁଛି । ଏକଥା କାହା ଆଗେ ନକହିବା ପାଇଁ ମାଫିଆ ମାନେ ସ୍ଥାନୀୟ ଅଞ୍ଚଳରେ ଭୟଭିତ ସୃଷ୍ଟି କରୁଛନ୍ତି । ଲୋକମାନେ ଭୟଭିତ ଅବସ୍ଥାରେ ରହିଛନ୍ତି । ବଡ କଥା ଡେଲାଙ୍ଗରେ ତହସିଲଦାର ବା ଥାନା ଆଇଆଇସି ନୂତନ ଭାବେ ଯିଏ ଯୋଗ ଦେବା ପରେ ପ୍ରଥମେ ଏହି ପଥର ମାଫିଆଙ୍କ ଉପରେ ଚଡାଉ କରିନ୍ତି । ତା ପରଦିନ ପଥର ମାଫିଆ ମାନଙ୍କ ସହ ହାତ ମିଳାଇବା ଯୋଗୁ ପୁଣି ସକ୍ରିୟ ହୋଇ ପଡିଥାନ୍ତି ପଥର ମାଫିଆ ମାନେ ବୋଲି ସ୍ଥାନୀୟ ଲୋକମାନେ କହନ୍ତି । ୫ଦିନ ମଧ୍ୟରେ ତଦନ୍ତ କରାଯାଇ ପଥର ମାଫିଆ ମାନଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ତା ହେଲେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାପାଇଁ ସାମାଜିକ କର୍ମି ଶ୍ରୀମତି ପାତ୍ର ଚେତାବନୀ ଦେଇଛନ୍ତି ।Demands for tehsil dar to take action against illegal mining mafia ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨/୧୧/୨୦୨୧
Sakhigopal News, 2/11/2021