ଗୋ- ପୂଜନ ସହିତ ଜୈବସାର ବ୍ୟବହାର ସମ୍ପର୍କେ ଆଲେଚନା ଚକ୍ର
Discussion cycle on the use of organic matter with cow worship
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତର ବାଟୁଳିପଡା ଗ୍ରାମରେ ଗୋ ପୂଜନ ସହିତ ଜ୍ରୈବସାର ପ୍ରସ୍ତୁତି ଓ ବ୍ୟବହାର ସମ୍ପର୍କେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱଂୟସେବକ ସଦସ୍ୟ ବିକ୍ରମ କୁମାର ଦାଶ ସଭାପତିତ୍ୱ କରିଥିଲେ । ରାଷ୍ଠ୍ରୀୟ ସ୍ୱୟଂ ସେବକ ସଂଘ ଓଡିଶା, ଜଙ୍ଗଲ ବିକାଶ ସମିତିପ୍ରମୁଖ ୍ରଅଶୋକ କୁମାର ପାଢ଼ୀଙ୍କ ତତ୍ୱବଧାନରେ ସାମାଜିକ କର୍ମୀ ତଥା ଗୋ ପ୍ରେମୀ ତିରୁପତି ଜେନା ସଚେତନତା ଶିବିରରେ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ନବ ନିର୍ମାଣ କୃଷକ ସଂଘର ସତ୍ୟବାଦୀ ବ୍ଳକ ସଭାପତି ଶରତ ଚନ୍ଦ୍ର ପ୍ରଧାନ, ଆକାଶ କୁମାର ପ୍ରଧାନ, ଜୀବନ ସଂଗ୍ରାମ ପ୍ରଧାନ, ଜୟନ୍ତୀ ପ୍ରଧାନ, କାନ୍ତିମଣି ବରାଳ, ଅମିନ ବରାଳ, ରୁନି ବରାଳ, ଶ୍ରୀନିବାସ ବରାଳ, ଛବି ବରାଳ ,ଶରତ ବରାଳ, ଦିବାକର ପ୍ରଧାନ, ପ୍ରମୋଦ ପ୍ରଧାନ, ମାଧବ ପ୍ରଧାନ, ନଟବର ପ୍ରଧାନ, ବଳରାମ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରୁ ଗୋ ପୂଜନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏହି ସଚେତନତାର ମୁଖ୍ୟ ଲକ୍ଷ୍ୟ ରାସାୟନିକ ସାର ପରିତ୍ୟାଗ କରି ଜିଆଖତ , ଗୋବର ଓ ଗୋ ମୂତ୍ରରେ ପ୍ରସ୍ତୁତ କରାଯାଇଥିବା ଜୈବସାର ବ୍ୟବହାର କରିବା ପାଇଁ ସଚେତନତା କରାଯାଇଥିଲା । ଶେଷରେ ଶାନ୍ତି ପାଠ କରାଯାଇ ସଭା ଭଙ୍ଗ କରାଯାଇଥିଲା ।
Discussion cycle on the use of organic matter with cow worship .
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୧୧/୨୦୨୧----୯,୩୦ Sakhigopal News, 8/11/2021