ତାରସିଂ ଥାନା ଆମ ପୋଲିସ ସମିତି ପକ୍ଷରୁ ବୈଠକ
Tarsingh police station meeting on behalf of our police committee
ଭଞ୍ଜନଗର-- ତାରସିଂ ଥାନା ଆମ ପୋଲିସ ସମିତି ତରଫରୁ କ୍ଷେତମୁଣ୍ଡୁଳି ପଞ୍ଚାୟତ ଅନ୍ତର୍ଗତ , କିରାପଲ୍ଲୀ ଗ୍ରାମ ଠାରେ ରବିବାର ଦିନ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି । ତାରସିଂ ଥାନା ଅଧିକାରୀ ପ୍ରଦିପ୍ତ କୁମାର ଦାଶ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଏଏସଆଇ ବସନ୍ତ କୁମାର ମିଶ୍ର,ଉଦୟ ନାଥ ସାହୁ,ପ୍ରକୁତି ପ୍ରେମୀ ବିଜୟ ଚନ୍ଦ୍ର ପ୍ରଧାନ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସରିତ ପ୍ରଧାନ,ଜିଲ୍ଲା ପରିଷଦ ପ୍ରତିନିଧି ରଙ୍କନିଧି ପାତ୍ର , ସମାଜସେବୀ ନଟବର ନାୟକ, ଶିକ୍ଷାବିତ୍ ଦୁଗାମାର୍ଧବ ମହାପାତ୍ର,ତାରସିଂ ସରପଞ୍ଚ ପ୍ରତିନିଧି ଜିତୁ ପ୍ରଧାନ , କ୍ଷେତମୁଣ୍ଡୁଳୀ ସରପଞ୍ଚ ପ୍ରମୁଖ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ଆଦିବାସୀ ଅଧୁଷିତ ତଥା ଉପାନ୍ତ ଅଞ୍ଚଳ ରେ ଗୁଣିଗାରେଡି ଭଳି ଦୁର୍ବଳ ମାନସିକତା , ଅନେକ ସମୟରେ ସାମାଜିକ ସମସ୍ୟା ଓ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛି । ଏଭଳି ବିଶ୍ବାସ ଠାରୁ ଦୂରେଇ ରହିବା ପାଇଁ ଉପସ୍ଥିତ ଥିବା ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା । ଏହାସହ ହେଲମେଣ୍ଟ ବ୍ୟବହାର ,ପିଲିଥିନ ବ୍ୟବହାର ନକରିବା,ମଦ ଠାରୁ ଦୂରେଇ ରହିବା ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଥିଲା ।
Tarsingh police station meeting on behalf of our police committeeଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୭/୧୧/୨୦୨୧ --୧୦,୫୫
Sakhigopal News,7/11/2021