Breaking News

ଗୁରୁ ଭଗବାନ ସାହୁଙ୍କ ଶ୍ରାଦ୍ଧୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

Preparatory meeting for Guru Bhagwan Sahu's memorial service

ବରଗଡ-କୋସଲ ନାଟ୍ଯ ମହର୍ଷି ଗୁରୁ ଭଗବାନ ସାହୁଙ୍କ ଶ୍ରାଦ୍ଧୋତ୍ସବ ଆଗାମୀ ନଭେମ୍ବର କୋଡିଏ ତାରିଖରେ ଆନୁଷ୍ଠିତ ହେବ। ଏହି ଉପଲକ୍ଷେ  ସ୍ଥାନୀୟ ବରିଷ୍ଠ ନାଗରିକ ସଂଘ କାର୍ଯାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୁରୁ ଭଗବାନ ସାହୁ ସ୍ମୃତି କମିଟୀ ର କାର୍ଯ୍ଯକାରୀ ସଭାପତି  କେଦାର ମିଶ୍ରଙ୍କ ଅଧ୍ୟକ୍ଷତା କରିଥିଲେ  । ସଂପାଦକ  ପ୍ରଦୀପ ଦେବତା ଉଦ୍ଦେଶ୍ଯ ଜ୍ଞାପନ ପରେ କମିଟୀର ଆଗାମୀ କାର୍ଯକ୍ରମ ଉପରେ ତର୍ଜମା କରାଯାଇଥିଲା । ଗୁରୁ ଭଗବାନ ସାହୁ ସ୍ମୃତି କମିଟୀ ର  ପଂଜିକରଣ, ନିୟମାବଳୀ ପ୍ରସ୍ତୁତ କରିବା ଉପରେ କର୍ମକର୍ତ୍ତାମାନେ ଜୋର ଦେଇଥଲେ। ଶ୍ରୀଯୁକ୍ତ ଯୁଗଳ କିଶୋର ସିଂ କମିଟୀ ପୁନର୍ଗଠନ  ଉପରେ ମତ ରଖି ଏକ ଦକ୍ଷ ପ୍ରଭାବୀ,ସୁସଂଗଠିତ ତଥା ଲୋକାଭିମୁଖୀ କମିଟୀ ଗଠନ କରାଯିବାକୁ ପ୍ରସ୍ତାବ ଦେଇଥିଲେ । ନୂତନ କମିଟୀ ପୁନର୍ଗଠନ କରିବା ଦାୟିତ୍ୱ ଗୁରୁଙ୍କ ପଟ୍ଟଶିଷ୍ୟ  ଦଧିବାମନ ଶତପଥି ଓ  ରବୀନ ଦାସଙ୍କୁ ଦାୟିତ୍ୱ ଅର୍ପଣ ତଥା   ପ୍ରଦୀପ ଦେବତା, କେଦାର ମିଶ୍ର, ସନ୍ତୋଷ କୁମାର ଦାଶ, ତେଜରୁ ବାରିକ ସହଯୋଗ କରିବାକୁ ସ୍ଥିର କରାଗଲା । ଏହାପରେ ଆଗାମୀ ନଭେମ୍ବର କୋଡିଏ ତାରିଖରେ ଆନୁଷ୍ଠିତ ହେବାକୁ ଥିବା ଗୁରୁଙ୍କ ଶ୍ରାଦ୍ଧୋତ୍ସବ ସୌଖିନ ରଙ୍ଗମଞ୍ଚ ରେ କରା ଯିବାକୁ ସ୍ଥିର କରାଯାଇ ଏଥିରେ ସ୍ମୃତି ସଭା,ଆଲୋଚନା,ଶବ୍ଦ ନୃତ୍ଯ ପରିବେଷଣ ଓ ବ୍ଯଙ୍ଗକବି ସମ୍ମିଳନୀ କରିବାକୁ ସ୍ଥିର କରାଗଲା । ଏହି ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ  ସର୍ବଶ୍ରୀ ମାମରାଜ ସ୍ବାଇଁ,ତୁଳସୀ ଚରଣ ଦାଶ,ଭାଗବତ ପଧାନ,ସଂଖ୍ୟାକାରୀ ନାଏକ,ତୀର୍ଥବାସୀ ସେଟ୍‌, ଗଦାଧର ବରିହା,ନୀତିଶ ଚନ୍ଦ୍ର ଆଚାର୍ଯ୍ୟ,ଶିବାନଂଦ ମଟାରୀ,ମନୋରଂଜନ ଲୁହା,ଅମୃତ ବାରିକ ପ୍ରମୂଖ ଅଂଶଗ୍ରହଣ କରି ଥିଲେ । ଶେଷରେ ତେଜରୁ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । 
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧/୧୧/୨୦୨୧-----୯,୨୦ Sakhigopal News,1/11/2021

Blog Archive

Popular Posts