ଜଟଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ମହିଳା ବିଜୁ ଜନତା ଦଳର ବିକ୍ଷୋଭ ପଦର୍ଶନ
Women's Biju Janata Dal protests in front of the Jatani Panchayat Samiti office
ଜଟଣୀ --ପେଟ୍ରୋଲ, ଡିଜେଲ ଓ ଏଲପିଜି ଦର ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ଜଟଣୀ ମହିଳା ବିଜୁ ଜନତା ଦଳ ପକ୍ଷରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପଦର୍ଶନ କରାଯାଇଥିଲା । ଏଥିରେ ଜଟଣୀର ପୂର୍ବତନ ବିଜୁ ଜନତା ଦଳର ବିଧାୟକ ବିଭୁତି ବଳବନ୍ତରାୟ ଯୋଗ ଦେଇ କହିଛନ୍ତି ଯେ ପେଟ୍ରୋଲ, ଡିଜେଲ ଓ ଏଲପିଜି ଦର ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଯୋଗୁଁ ଓଡିଶା ତଥା ସମଗ୍ର ଦେଶର ସାଧାରଣ ଜନତା ଗୁରୁତରେ ଭାବେ ପ୍ରଭାବିତ ହୋଇଛନ୍ତି । କେନ୍ଦ୍ରରେ କ୍ଷମତାସିନ ଭାରତୀୟ ଜନତା ଦଳ ଏହି ଦରଦାମ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ । ଯାହାକି ଓଡିଶା ଓ ଦେଶର ଲୋକଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅକ୍ଷମଣୀୟ । ଏହି ପ୍ରତିବାଦରେ ମହିଳାମାନେ ଗହଳି ପୂର୍ଣ୍ଣ ରାସ୍ତାରେ ଚୁଲି ଜାଳିଲେ,ଗ୍ୟାସ ସିଲିଣ୍ଡର ରଖି ଗଣଧାରଣା ଦେଲେ ଏବଂ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ସ୍ମାରକପାତ୍ର ବିଡ଼ିଓଙ୍କୁ ପ୍ରଦାନ କରିଛନ୍ତି ।
ଆଗାମୀ ଦିନରେ କେନ୍ଦ୍ରସରକାର ଯଦି ଦରଦାମ ନିୟନ୍ତ୍ରଣ ନ କରେ ଏ ଆନ୍ଦୋଳନ ଗାଁ ଗହଳିଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଯିବ ବୋଲି ଦଳର ସାଂସଦ ମୁନ୍ନା ଖାଁ ଚେତାଇ ଦେଇଛନ୍ତି । ସେହିପରି ଜଟଣୀ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ତଥା ଆଇନଜୀବି କୈଳାସ ପାତ୍ର ଯୋଗ ଦେଇ କେନ୍ଦ୍ରସରକାରଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା ଯୋଗୁଁ ଆଜି ସାରା ଦେଶ ହନ୍ତସନ୍ତ ହେଉଥିବା କହିଥିଲେ ।ସଏହି ବିକ୍ଷୋଭ ପ୍ରଦର୍ଶନରେ ମହିଳା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଦେବସ୍ମିତା ଦାଶ, ନାରୀ ନେତ୍ରୀ ସ୍ମିତା ସୁବୁଦ୍ଧି, ନମିତା ପାଲ ସମେତ ଶତାଧିକ ମହିଳା ଯୋଗ ଦେଇ କେନ୍ଦ୍ରସରକାରଙ୍କ ଗରିବ ମାରଣ ନୀତିରେ ଦୃଢ଼ ପ୍ରତିବାଦ କରିଥିଲେ ।
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୧୧/୨୦୨୧--୯,୨୦
Sakhigopal News,1/11/2021