ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ
ଭଞ୍ଜନଗର-- ମାରଣାନ୍ତକ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଠାରୁ ପ୍ରାୟ ୧୦୦ ମିଟର ଦୂର ଜନଗହଳିପୂର୍ଣ୍ଣ ବସଷ୍ଟାଣ୍ଡରେ ଯୁବକ ଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଗୁରୁତର ଆହତ ଯୁବକ ହେଲେ ବେଲଗୁଣ୍ଠା ଗ୍ରାମର ସରୋଜ ପାତ୍ର । ଖବର ନେବାରେ ଜଣାପଡିଛି ଯେ କିଛିଦିନ ପୂର୍ବରୁ ଗାଙ୍ଗପୁର ଥାନା ଅନ୍ତର୍ଗତ କଣ୍ଟେଇପଲୀ ନିକଟର ମିଥୁନୁ ନାୟକ ନାମକ ଜଣେ ଯୁବକ ସହ ସରୋଜଙ୍କ ର ଗଣ୍ଡଗୋଳ ହୋଇଥିଲା । ଏହାକୁ କେନ୍ଦ୍ରକରି ସରୋଜ ମଙ୍ଗଳବାର ଅପରାହ୍ନ ସମୟରେ ଭଞ୍ଜନଗର ବସଷ୍ଟାଣ୍ଡକୁ ଆସୁଥିବା ବେଳେ ମିଥୁନ୍ ଏକ ଲୁହାଛଡ ରେ ସରୋଜର ମୁଣ୍ଡକୁ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ସରୋଜ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହେଉଥିବା ବେଳେ ଆକ୍ରମଣକାରୀ ମିଥୁନୁ୍ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ।ଏହି ଘଟଣା ସଂର୍ପକରେ ଭଞ୍ଜନଗର ଥାନା ଅଧିକାରୀ ସୁଦିପ୍ତ କୁମାର ସାହୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ହେଇଥିବା ସରୋଜକୁ ଉଦ୍ଧାର କରିବା ସହ ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । କୈ।ଣସି ସୂତ୍ରରୁ ଖବରପାଇ ପୋଲିସ ଫେରାର ହୋଇଯାଇଥିବା ମିଥୁନକୁ ଧରି , ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି ।
Deadly attacks centered on previous hostilities .
ଭଞ୍ଜନଗରରୁ ରବିନ୍ଦ୍ର ବେହେରା ଙ୍କ ରିପୋର୍ଟ,୨/୧୧/୨୦୨୧---୧୦,୩୦
Sakhigopal News,2/11/2021
।