Breaking News

କଂଗ୍ରେସର ଆମରଣ ଅନଶନ; ତହସିଲଦାର ପ୍ରତିଶୃତିଦେବା ପରେ ଉଠିଲା ଅନଶନ



ଡେଲାଙ୍ଗ---- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ବେରବୋଇ ଠାରେଥିବା ଏ୍ୟୌତିହାସିକ ଗାନ୍ଧୀ ସ୍ମୃତିପୀଠର ବିକାଶ ଓ ଡେଲାଙ୍ଗ ପିପିଲିର ଡାକ୍ତରଖାନାରେ ଆବଶ୍ୟକତା ସଂଖ୍ୟକ ଡାକ୍ତର ନିଯୁକ୍ତି ଦାବିରେ   ଗାନ୍ଧୀପୀଠ ବେରବୋଇ ଠାରେ କଂଗ୍ରେସ ଦଳ ପକ୍ଷରୁ ଘୋଷଣା ଅନୁଯାୟୀ ଆମରଣ ଅନଶନ କରାଯାଇଛି । କଂଗ୍ରସ ଦଳର ପିପିଲି ବିଧାୟକ ପ୍ରାର୍ଥି ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ନେତୃତ୍ୱରେ ଡେଲାଙ୍ଗ ବ୍ଲକ କଂଗ୍ରେସ ସଭାପତି ରବି ଦାଶ,ଯୁବ କଂଗ୍ରେସ ନେତା ନିର୍ମଳ ପରିଡା ,ଛାତ୍ରନେତା ସୋମ୍ୟରଞ୍ଜନ ବରାଳ ଙ୍କ ସମେତ ବହୁ ସମର୍ଥକ ମାନେ ଅନଶନରେ ବସିଥିଲେ । ଖବର ପାଇ ଡେଲାଙ୍ଗ ତହସିଲଦାର ନିବେଦିତା ପରିଡା,ବିଡିଓ ଦିଲ୍ଲିପ କୁମାର ଷଡଙ୍ଗି ଓ ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ଅନଶନକାରୀଙ୍କ ସହିତଆଲୋଚନା କରିଥିଲେ । ଆଲୋଚନା ଅନୁଯାୟୀ ଗାନ୍ଧୀପୀଠ ର ଉନ୍ନତୀ କରଣ ଓ ଡାକ୍ତରଖାନାରେ ଆବଶ୍ୟକତା ଅନୁଯାଇ ଡାକ୍ତର ନିଯୁକ୍ତି  ସମ୍ପର୍କେ ଉଚ୍ଚ କର୍ତୁପକ୍ଷଙ୍କ ଦୃଷ୍ଟି ଆର୍କଷଣ କରାଯିବ ।  ଯଥାଶିଘ୍ର ଦାବି ପୁରଣ କରିବା ପାଇଁ ଡେଲାଙ୍ଗ ତହସିଲଦାର ପ୍ରତିଶୃତି ଦେବାରୁ ଅନଶନ ହଟିଥିଲା । ଡେଲାଙ୍ଗ କଂଗ୍ରେସ ଦଳ ପକ୍ଷରୁ ୨ଦଫା ସମ୍ମଳିତ ଏକ ଦାବୀ ପତ୍ର ଡେଲାଙ୍ଗ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗିଙ୍କୁ  ପ୍ରଦାନ କରାଯାଇଛି ।Congress death hunger strike; The hunger strike broke out after the tehsildar promised
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨/୧୧/୨୦୨୧---୯,୪୫  Sakhigopal News,2/11/2021

   

Blog Archive

Popular Posts