Breaking News

ସାକ୍ଷୀଗୋପିନାଥ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଲେ ; ବିନା ଭକ୍ତରେ ଶେଷ ହେଲା ଅଁଳାନବମୀ ଓ ଏକାଦଶୀ ପର୍ବ

 , Sakshigopinath appeared in the guise of Laxminarayan; The festival of Alanbami and Ekadashi ended without devotees

=


ସାକ୍ଷୀଗୋପାଳ  --------  ରାଜ୍ୟରେ ମହାମାରୀ କରୋନା ଯୋଗୁ ପ୍ରଚଳିତ ପରମ୍ପରା ଏବେ ବଦଳିଛି । ପ୍ରଥମ ପଞ୍ଚୁକରେ ଭକ୍ତ ମାନଙ୍କୁ ମନ୍ଦିରକୁ ମନା କରାଯାଇଛି । ମନ୍ଦିର ନିକଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଜାରି କରାଯାଇଛି ।  ପ୍ରବିତ୍ର କାତ୍ତିକ ମାସ ଶୁକ୍ଳ ବଡ ଏକାଦଶୀ ତିଥିରେ ପ୍ରଭୁ ସାକ୍ଷୀଗୋପୀନାଥ  ଲକ୍ଷ୍ମୀନାରାୟଣ ବେଶରେ  ଦର୍ଶନ ଦେବା ସହ ଚୁଡାଘଷା ଭୋଗ ହେବାର ପରମ୍ପରା ରହିଛି । ସେହିପରି  ଶ୍ରଦ୍ଧାଳୁ ମାନେ ପ୍ରଭୁ ସାକ୍ଷୀଗୋପିନାଥଙ୍କର ଲକ୍ଷ୍ମୀନାରାୟଣ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ସାକ୍ଷୀଗୋପାଳ ମନ୍ଦିର ନିର୍ଦ୍ଦାରିତ ସମୟରେ ଦ୍ୱାରଫିଟା,ମଙ୍ଗଳଆଳତୀ, ମଇଲମ, ଅବକାଶ, ବାଳଭୋଗ  ଆଦି ଦେବନୀତି ସମାପନ କରାଯାଇ  ବିଳମ୍ବିତ ରାତି ପର୍ଯ୍ୟନ୍ତ ସାହାଣମେଲା ରହିଥିଲେ ମଧ୍ୟ ସେବାୟତଙ୍କ ବିନା ଅନ୍ୟ କେହି ସାଧାରଣ ଭକ୍ତ ମନ୍ଦିର ମଧ୍ୟକୁ ପ୍ରବେଶ କରି ପାରିନଥିଲା ।   ସଂଧ୍ୟା ଆଳତୀ ପରେ   ବୀରକେଶରା ବଲ୍ଳଭ, ଦ୍ୱିପ୍ରହର ଧୂପ, ଗୋଧନବାହୁଡା ଭୋଗ, ଏକଦଶୀ ବେଢ଼ା, ଯାତଭୋଗ, ସନ୍ଦ୍ୟାଧୂପ, ମହାଦୀପ ଉଠିବା ପରେ ବଡସିଂହାର ଓ ପହୁଡ ନୀତି ଅନୁଷ୍ଠିତ  ହୋଇଥିଲା । ସେପରି ଲୋକଙ୍କର ଗହଳି ଚହଳି ନଥିଲା । ମନ୍ଦିର ଆଗରେ କିଛି ଭୋଗ ଦେକାନ ଓ ବିଭିନ୍ନ ଉଠା ଦେକାନ ଖୋଲିଥିଲା । ମାତ୍ର ବେପାର ବଣିଜ ସେପରି ନଥିଲା । ସେ ଯାହା କିଛି ହେଲେ ମଧ୍ୟ ମନ୍ଦିର ପରିସରରେ ପ୍ରସ୍ତୁତ କରାଯାଉଥିବା  ଚୁଡା ଘଷା ବାସ୍ନା  ଆଉ ବାହାରେ ପ୍ରସ୍ତୁତ କରାଯାଉଥିବା ଚୁଡାଘଷା ମଧ୍ୟରେ ବହୁ ଫରକ ରହିଥିବା ଭକ୍ତ ମାନେ ଆଲେଚନା କରୁଥିଲେ ।  ସତ୍ୟବାଦୀ  ତହସିଲଦାର ଜୟନ୍ତ କୁମାର ଜୟସିଂ, ବ୍ଳକ ବିଡିଓ କ୍ଷୀରୋଦ କୁମାର ବେହେରା ଓ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ଫୋର୍ସ ସହ ଉପସ୍ଥିତ ରହିଥିଲେ । ସେହିପରି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ପ୍ରଧାନ ଓ ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ର ଓ ବିଭୁତି ବରାଳ ଠାକୁରଙ୍କ ନୀତିକାନ୍ତିରେ ଯେପରି ବାଧାବିଘ୍ନ ନ ଘଟେ ସେଥିପତି ସେବାୟତ ମାନଙ୍କର ସହଯୋଗ ନେଇଥିଲେ । ସେବାୟତ ସଂଘର ସଭାପତି ଓ ସମ୍ପାଦକଙ୍କ ସହିତ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ । କୋଭିଡ ଗାଇଡି ଲାଇନି ମାନି ଯାତ୍ରା ଶାନ୍ତି ଶୃଙ୍ଖଳା ସହିତ ଶେଷ ହୋଇଥିବାରୁ =ସେବାୟତ ସଂଘ ଓ ସତ୍ୟବାଦୀ ପ୍ରଶାସନ ଓ ଜଳସାଧାରଣଙ୍କୁ ବିଧାୟକ ଉମାକାନ୍ତ ସମାନ୍ତରାୟ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮,୦୦  

Sakhigopal News, 15/11/2021

Blog Archive

Popular Posts