କାତ୍ତିକପୂର୍ଣ୍ଣିମା ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ
Preparatory meeting for the Kattikapurnima festival
ସାକ୍ଷୀଗୋପାଳ-----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ସାରଙ୍ଗଯୋଡି ପଞ୍ଚାୟତର ସଭାଗୃହ ପରିସରରେ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କାତ୍ତିକ ପୂର୍ଣ୍ଣିମ ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ଚଞ୍ଚଳା ପାଣି ଅଧ୍ୟକ୍ଷତା କରିଥିବା ବେଳେ ସମିତିସଭ୍ୟ ନିରୁପମା ବେହେରା, ସାମାଜିକ କର୍ମୀ ଲକ୍ଷ୍ମୀଧର ମିଶ୍ର, ଲିଙ୍ଗରାଜ ସାହୁ, ଦୁର୍ଗେଶ ପ୍ରସାଦ ମିଶ୍ର, ଶଙ୍କର ବେହେରା,ବାବୁଲି ଦାସ, ସସମିତା ମିଶ୍ର, ସବିତା ପଲେଇ ଓ କୈଳାସ ଗୋଟିପୁଅ ଓଡିଶୀ ନୃତ୍ୟୁ ପରିଷଦର ସମ୍ପାଦକ କୈଳାସ ଚନ୍ଦ୍ର ବିଶ୍ୱାଳଙ୍କ ସହିତ ଲୋକକଳା ଗ୍ରାମର ଅନେକ କଳାକାର ମାନେ ଉପସ୍ଥିତ ରହିଥିଲେ । ସତ୍ୟବାଦୀ କଳା ସଂସ୍କୃତି ସଂଘର ଉପସଭାପତି ରମେଶ ଚନ୍ଦ୍ର ପଲେଇ ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୧୧/୨୦୨୧----୮,୧୦
Sakhigopal News, 15/11/221