Breaking News

ସାତ ଆନ୍ତଃଜିଲ୍ଲା ବାଇକ୍ ଚୋର ଧରାପଡିଲେ , ଜବତ ହେଲା ୧୭ ମୋଟରସାଇକେଲ ଓ ଦୁଇଟି ସ୍କୁଟି


  Seven inter-district bike thieves arrested, 14 motorcycles and two scooters seized   
 ଭଞ୍ଜନଗର----   ଗଂଜାମ ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାରୁ ବାଇକ୍ ଚୋରି କରି ବିକ୍ରୀ କରୁଥିବା ଅଭିଯୋଗରେ  ସଂପୃକ୍ତ ୭ ଜଣଙ୍କୁ ଗିରଫ କରିଛି ଭଂଜନଗର , ବେଲଗୁଣ୍ଠା ଓ ବୁଗୁଡ଼ା ଥାନା ପୋଲିସ । ସେମାନଙ୍କ ଠାରୁ ଚୋରି ହୋଇଥିବା  ୧୭ ଟି ବିଭିନ୍ନ ମୋଟର ସାଇକେଲ ଓ ଦୁଇଟି ସ୍କୁଟି ଜବତ ହୋଇଛି । ଏନେଇ ଭଂଜନଗର ଥାନା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି  ଅତିରିକ୍ତ ଆରକ୍ଷୀ ଅଧିକାରୀ ବିଜୟ କୁମାର ମଲ୍ଲିକ । ଖବର ପ୍ରକାରେ ଏହିମଟର  ଚୋର ଦଳ  ଭଂଜନଗର , ବେଲଗୁଣ୍ଠା , ବୁଗୁଡ଼ା ଓ ବ୍ରହ୍ମପୁର ବଡ଼ବଜାରର ଥାନା ସମେତ କନ୍ଧମାଳ ଜିଲ୍ଲାର ରାଇକିଆ , ସାରଙ୍ଗଡ ଓ ରାୟଗଡ଼ା ର ସୋନପୁର ଥାନା ଅଞ୍ଚଳରୁ ବାଇକ୍ ଚୋରି କରୁଥିଲେ । ଏନେଇ ସଂପୃକ୍ତ ଥାନା ମାନଙ୍କରେ ମାମଲା ରୁଜୁ ହୋଇଛି । ତେବେ ଏହି ଚୋର ଦଳ କୁ ଧରବା ପାଇଁ ଗଞ୍ଜାମ ଏସ୍.ପି ବ୍ରିଜେଶ ରାୟଙ୍କ ପରାମର୍ଶ କ୍ରମେ , ଭଂଜନଗର ଏସଡିପିଓ ଙ୍କ ତତ୍ବାବଧାନରେ ଭଂଜନଗର , ବୁଗୁଡ଼ା ଓ ବେଲଗୁଣ୍ଠା ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ପ୍ରଥମେ ଦୁଇ ଜଣ ଙ୍କୁ ଗିରଫ କରିଥିଲେ । ସେମାନଙ୍କୁ ଜେରା ପରେ , ଏଥିରେ ସଂପୃକ୍ତ ଥିବା ଆଉ ୫ ଜଣ ଗିରଫ ହୋଇଥିଲେ । ସମସ୍ତ ଗିରଫ ଙ୍କ ମଧ୍ୟରେ ୫ ଜଣ  ବାଇକ୍ ଚୋରି କରୁଥିବା ବେଳେ , ଆଉ ଦୁଇଜଣ ଚୋରି ବାଇକ୍ କୁ ବିକ୍ରି କରିବାରେ ସହଯୋଗ କରୁଥିଲେ । ଗିରଫ ଅଭିଯୁକ୍ତ ଙ୍କ ମଧ୍ୟରେ , ବୁଗୁଡ଼ା ଥାନା ଅଞ୍ଚଳର ଅଜିତ୍ ପଟ୍ଟନାୟକ , ବିଭୁତି ପଟ୍ଟନାୟକ , ପ୍ରଶାନ୍ତ ବାତ୍ୟା , ସନ୍ତୋଷ ଗୈାଡ , ମନୋଜ ପ୍ରଧାନ ଏବଂ ଭଂଜନଗର ଥାନା ଅଞ୍ଚଳର ପିଣ୍ଟୁ ମହାନ୍ତି ଓ ଗୈାରାଙ୍ଗ ବିଷୋୟୀ ରହିଛନ୍ତି । ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ତେବେ ଆସନ୍ତା ଦିନରେ ଏହି ଚୋର ଗ୍ୟାଙ୍ଗ୍ ରେ ଆଉ କେଉଁମାନେ ସଂପୃକ୍ତ ରହିଛନ୍ତି , ତାକୁ ନେଇ ପୋଲିସ ଖୋଳତାଡ଼ ଜାରି ରହିଛି ବୋଲି ଅତିରିକ୍ତ ଆରକ୍ଷୀ ଅଧିକାରୀ ଶ୍ରୀ ମଲ୍ଲିକ ସୁଚନା ଦେଇଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଭଂଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର , ଥାନାଧିକାରୀ ସୁଦୀପ୍ତ କୁମାର ସାହୁ , ବେଲଗୁଣ୍ଠା ଥାନାଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୧୧/ ୨୦୨୧ Sakhigopal News,15/11/2021

Blog Archive

Popular Posts