ପୋଖରୀରେ ବୁଡି ବୁଦ୍ଧାଙ୍କର ମୃତ୍ୟୁ
Buddha dies in pond
ଭଞ୍ଜନଗର-- ବେଲଗୁଣ୍ଠା ଥାନା ଅନ୍ତର୍ଗତ ଉଡୁରା ପଞ୍ଚାୟତରେ ଥିବା ନାଇକପଡା ଗ୍ରାମର ମାଲ ବେହେରାଙ୍କ ସ୍ବୀ ମୋଚି ବେହେରା ଗ୍ରାମ ପୋଖରୀକୁ ଗାଧେଇବାକୁ ଯାଇଥିଲେ । ଅସାବଧାନତା ଯୋଗୁଁ ଗୋଡ ଖସିଯିବାରୁ ପାଣିରେ ବୁଡି ଯାଇ ମୃତ୍ୟୁ ଘଟିଛି। ଖବର ନେବାରେ ଆଜି କାତ୍ତିକମାସର ଶେଷ ସୋମବାର ହେଇଥିବାରୁ ମୋଚି ଭୋରରୁ ଉଠି ଫୁଲ ତୋଳି ଗ୍ରାମର ୪ଜଣ ମହିଳା ମିଶି ଗ୍ରାମ ନିକଟ ପୋଖରୀକୁ ଗାଧେଇବାକୁ ଯାଇଥିଲେ । ଗାଧେଉ ଥିବା ସମୟରେ ମୋଚିର ଅସାବଧାନତା ଯୋଗୁଁ ଗୋଡଟି ଖସିଯିବାରୁ ମୋଚି ପାଣି ଭିତରେ ବୁଡି ଯିବା ସମୟରେ ମୋଚି ସାଙ୍ଗରେ ଯାଇଥିବା ୩ମହିଳା ସହଯୋଗୀ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହେଇନଥିଲେ । ଶେଷରେ ୩ସହଯୋଗୀ ପରିବାର ଲୋକଙ୍କୁ ଖବର ଦେବା ପରେ ଘଟଣାସ୍ଥଳରେ ପରିବାର ଲୋକ ପୋଖରୀରେ ପଶି ଖୋଜାଖୋଜି କରି ମୋଚିକୁ ନ ପାଇବାରୁ ତନରଡା ଗ୍ରାମରେ ଥିବା ଦମକଳ ବାହୀନିକୁ ଖବର ଦେବା ପରେ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ବହୁ ସମୟ ଖୋଜାଖୋଜି ପରେ ମୋଚିକୁ ଉଦ୍ଧାର କରିଥିଲେ । ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭତ୍ତି କରାଯାଇଥିଲା ।ଏଠାରେ ଚିକିତ୍ସା କରୁଥିବା ଡାକ୍ତର ମୋଚିକୁ ମୃତ୍ୟୁ ଘୋଷଣା କରିଥିଲେ। ବୋଲଗୁଣ୍ଠା ପୁଲିସ ଖବରପାଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ମୃତ ମୋଚିର ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଦିଆଯାଇଥିଲା । ବେଲଗୁଣ୍ଠା ଥାନା କେସନଂ ୧୯/୨୧ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ କହିଛନ୍ତି ।

Buddha dies in pond .
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୧୫/୧୧/୨୦୨୧------ ୯,୨୦ Sakhigopal News,15/11/2021