Breaking News

ସତ୍ୟବାଦୀରେ ଓଡିଆ ଭାଷା ବିଶ୍ୱବିଦ୍ୟାଳୟ ପାଇଁ ଭୂମିପୂଜା ଅନୁଷ୍ଠିତ


Bhumipuja is held for the Oriya Language University in Satyavadi


ସାକ୍ଷୀଗୋପାଳ------ ବିଶ୍ୱିଦ୍ୟାଳୟ ହେବନାହିଁ ବୋଲି କହୁଥିବା ବ୍ୟକ୍ତି ବିଶେଷ ମାନଙ୍କ ମୁହଁରେ ଲାଗିଛି କଳାଦାଗ । ଯେଉଁମାନେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କର ଏହା ଏକ ପ୍ରହସନ ଥିଲା ବୋଲି କହୁଥିଲେ ସେମାନେ ଏବେ ଚୁପ ହୋଇଯାଇଛନ୍ତି । ବିଶ୍ୱିବିଦ୍ୟାଳୟ ପାଇଁ କାମ ଆରମ୍ଭ ହୋଇଛି । ସତ୍ୟବାଦୀ ବକୁଳବନ ନିକଟରେ ଓଡିଆ ଭାଷା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପଞ୍ଚସଖା ଖେଳ ପଡିଆରେ କାମ ନେଇଥିବା ଏଜେନ୍ସି ଦ୍ୱାରା ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମ ପର୍ଯ୍ୟାୟରେ ଜଙ୍ଗଲ ସଫା କରିବା ସହ ନକ୍ସା ଅନୁଯାୟୀ ମାଟି ସମତୁଳ ଓ ମୃତ୍ତିକା ପରୀକ୍ଷା କାମ ଆରମ୍ଭ ହୋଇଛି । ଆଚାର୍ଯ୍ୟ ବ୍ରଦସ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ ସଂସ୍ଥା ଏହି କାମ ନେଇଥିବାର ଜଣାପଡିଛି । ପ୍ରାୟ ଦୁଇ ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟ କାମ ସରିବ ବୋଲି ଭୂମିପୂଜାରେ କର୍ତ୍ତା ଭାବେ କାର୍ଯ୍ୟତୁଳାଇଥିବା ଯନ୍ତ୍ରୀ ଉମେଶ ଜେନାଙ୍କ ଠାରୁ ସୁଚନା ମିଳିଛି । ରାଜ୍ୟ ସରକାରଙ୍କ ଠାରୁ ସବୁଜ ସଙ୍କେତ ପାଇବା ପରେ ପଥମ ପର୍ଯ୍ୟାୟରେ ଜଙ୍ଗଲ ଜମି ସଫା ସୁତରା କାମ ଆରମ୍ଭ କରାଯାଉଛି । ସରକାରଙ୍କ ଠାରୁ ଅନୁମତି ପାଇବା ପରେ ବିଭିନ୍ନ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଯନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ର, ମନ୍ଦିର ତହସିଲଦାର ସୁବାଷ ଗଜେନ୍ଦ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୧୧/୨୦୨୧---10-.40

  Sakhigopal News, 5/11/2021

Blog Archive