ଜମି ଜାଲିଆତି ମାମଲାରେ ଜଣେ ଗିରଫ
One arrested in a land fraud case .
ଜଟଣୀ----- ଜଣେ କ୍ରେତାଙ୍କୁ ୯ଟି ପ୍ଲଟ ବିକ୍ରି କରିବାଲାଗି ବିକ୍ରି ପଜିଂକରଣ କରିଥିବା ବେଳେ ଗୋଟିଏ ପ୍ଲଟ ଦେଇ ଅନ୍ୟଗୁଡିକୁ ଅନ୍ୟତ୍ର ବିକ୍ରି କରିଥିବା ଜମି ଜାଲିଆତି ମାମଲାରେ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଉଛନ୍ତି ଜଟଣୀଥାନା ଅନ୍ତର୍ଗତ କାଇମାଟିଆ ଗ୍ରାମର ମହେନ୍ଦ୍ର ପରିଡା । ଭୂବନେଶ୍ୱର ପାତ୍ରପଡା ଅଞ୍ଚଳର ଧନୁର୍ଧର ବାରିକଙ୍କୁ ମଦନପୁର ଓ କାଇମାଟିଆ ମୈାଜାରେ ୯ଟି ପ୍ଲଟ ବିକ୍ରି କରିବାଲାଗି ମହେନ୍ଦ୍ର ଅଗ୍ରିମ ଟଙ୍କା ନେବା ସହିତ ବିକ୍ରି ପଞ୍ଜିକରଣ କରିଥିଲେ । ତେବେ ଧନୁର୍ଧର ଏନେଇ ବିଭିନ୍ନ ସମୟରେ ମହେନ୍ଦ୍ରଙ୍କ ନିକଟକୁ ଜମି ପଜେସନ ନେବାଲାଗି ଆସୁଥିବା ବେଳେ ମହେନ୍ଦ୍ର ଧରାଛୁଆଁ ଦେଉନଥିଲେ । ମହେନ୍ଦ୍ର ମାତ୍ର ଗୋଟିଏ ପ୍ଲଟର ଦସ୍ତାବିଜ ଦେଇ ଅନ୍ୟ ୮ଟି ପ୍ଲଟ ସମନ୍ଧରେ କୈାଣସି ମନ୍ତବ୍ୟ ଦେଉନଥିଲେ । ଏନେଇ ଧନୁର୍ଧର ଜଟଣୀଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ପୁଲିସ ମହେନ୍ଦ୍ରକୁ ଆଜି ଗିରଫ କରିଥିଲା । ତଦନ୍ତପରେ ପୁଲିସ ଏନେଇ ଜଟଣୀଥାନା କେଶନଂ ୫୯୪/୨୧ରେ ମାମଲା ରୁଜୁକରି ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଥାନା ପକ୍ଷରୁ ସୁଚନା ମିଳିଛି ।
One arrested in a land fraud case
ଜଟଣୀରୁ ରଙ୍ଗନାଥ ବେହେରା, ୧୪/୧୧/୨୦୨୧—୩,୨୦
Sakhigopal News, 14/11/2021